Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିକନବାର୍ ଗୁରୁ ଭଗବାନ ସାହୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।

କନବାର୍ ଗୁରୁ ଭଗବାନ ସାହୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।

ବରପାଲି-ବରପାଲି ବ୍ଲକ କନବାର ବ୍ରଜେଶ୍ବରି ନୃତ୍ୟ କଳା ସଙ୍ଘ ଓ ଗୁରୁ ଭଗବାନ ସାହୁ ଶବ୍ଦନୃତ୍ୟ ଗବେଷଣା କେନ୍ଦ୍ର ଆନୁକୁଲ୍ୟରେ ଶବ୍ଦନୃତ୍ୟ ପ୍ରଚାରକ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଶବ୍ଦନୃତ୍ୟ ଗୁରୁ ପ୍ରଫୁଲ୍ଲ ନାଏକଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସମ୍ପାଦକ ନିରୋଦ ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅଧିକାରୀ ବାରିକ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁରେଶ ସାହୁ ଯୋଗ ଦେଇ ଶବ୍ଦ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଗୁରୁ ଭଗବାନ ସାହୁଙ୍କ ସାରା ଜୀବନ ଅବଦାନ ଉପରେ ଆଲୋକପାତ କରିଥିଲେ।

ଉକ୍ତ ସଭାରେ ସାନୁର୍ଯ୍ୟ ପଧାନ,ବିପିନ ବାରିକ, ନରସିଂହ ବନଛୋର, ହୃଦାନନ୍ଦ ପ୍ରଧାନ,ପଞ୍ଚାନନ ସାହୁ,ସୁରୁଗଦ ପଧାନ, ଅଜିତ ପଧାନ, ଦିବାକର ବନଛୋର,ରାଜିନ୍ଦ୍ର ପ୍ରଧାନ, ଭଗବାନ ଦାଶ,ଦାସରଥି ସାହୁ, ଗୁପ୍ତେଶ୍ୱର ପ୍ରଧାନ,ଭକ୍ତ ବନଛୋର, ବୁଦ୍ଧଦେବ ସାହୁ, ବଳରାମ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ନବ କୁମାର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

error: Content is protected !!