ସାତ ଗୋଟି ଗୋରୁ ଉଦ୍ଧାର, ତିନି ଗୋରୁ ମାଫିଆ ଗିରଫ ।
ବରତୁଣ୍ଡା ବଜାର ଅଞ୍ଚଳରେ ଗୋରୁ ମାଫିଆଙ୍କ ଇସାରାରେ ହେଉଛି ଗୋରୁ ଚାଲାଣ ।
ସ୍ଥାନୀୟ ଗୋରୁ ମାଫିଆ ଉପରେ ପୋଲିସର ନଜର ।
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବରତୁଣ୍ଡା ଅଞ୍ଚଳରୁ କଣ୍ଟେନରରେ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ। ବରତୁଣ୍ଡା ଠାରେ ଗୋଟିଏ ଗୋରୁ ବଜାର ରହିଛି ଏବଂ ଏହି ଅଞ୍ଚଳରୁ ଗୋରୁ ଚାଲାଣ ହେଉଥିବା ଖବର ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ। ବୁଧବାର ଅପରାହ୍ନ ସମୟରେ ଗୋଟିଏ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଖବର ପାଇଥିଲେ । ତାଙ୍କ ନେତୃତ୍ୱରେ ଗୋଟିଏ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ ଓ କଣ୍ଟେନର ଜବତ କରିବା ସହ ସେଥିରୁ ସାତଗୋଟି ଗୋରୁ ଉଦ୍ଧାର କରିଥିଲେ । ଗୋରୁ ଚାଲାଣ କରିଥିବା ଅଭିଯୋଗରେ ତିନିଜଣ ଅଭିଯୁକ୍ତ ଜିତେନ୍ଦ୍ର କୁମାର,ଗୁଲଜାର ଅହମ୍ମଦ ଓ ଗଣ ଶବରକୁ ଗିରଫ ପାଇକମାଳ ଥାନା କେଶ ନମ୍ବର ୨୧୬/୨୦୨୫ ଆଧାରରେ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଲିଛି । ଉଦ୍ଧାର ଗୋରୁ ଗୁଡିକୁ ଗୋଶାଳାରେ ଛଡା ଯାଇଛି । ଏହି ଗୋରୁ ଚାଲାଣରେ ସ୍ଥାନୀୟ ଗୋ ମାଫିଆ ରହିଥିବା ସନ୍ଦେହରେ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।



