Wednesday, January 22, 2025
spot_imgspot_imgspot_img
Homeରାଜ୍ୟକଣ୍ଟାବାଞ୍ଜି ଆର.ଏସ.ଆର.ଏସ କ୍ଳବ ବିଭିନ୍ନ ପ୍ରତିଯୋଗିତା।

କଣ୍ଟାବାଞ୍ଜି ଆର.ଏସ.ଆର.ଏସ କ୍ଳବ ବିଭିନ୍ନ ପ୍ରତିଯୋଗିତା।

କଣ୍ଟାବାଞ୍ଜି-ଆର ଏସ ଆର ଏସ କ୍ଳବ ଦ୍ୱାରା ଆୟୋଜିତ ସି ଆର ସି ସି ଦିନେଶ ମହାନନ୍ଦଙ୍କ ନେତୃତ୍ୱ ରେ ଭାରତୀୟ ସେନା ଦିବସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ଅବସରରେ କଣ୍ଟାବାଞ୍ଜିର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଆନୁଷ୍ଠାନ ଅନ୍ତର୍ଭୁକ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ଝରଣୀ କିମ୍ବା ଲଷ୍ମୀ ବିକାଶ ଟେକ୍ନୋ ସ୍କୁଲ ର ଛାତ୍ର ଓ ଛାତ୍ରୀ ବିଭିନ୍ନ ପ୍ରତିୟୋଗୀତା ଚିତ୍ରାଙ୍କନ, ବକୃତା, ଦେଶଭକ୍ତି ଗୀତ ଓ ସାଧାରଣ ଜ୍ଞାନ ପ୍ରତିୟୋଗୀତା ସରକାରୀ ନୋଡାଲ ପ୍ରାଥମିକ ବିଦ୍ୟାଳୟ ରେ ସଫଳ ଭାବେ ସମ୍ପନ୍ନ କରିଛନ୍ତି|

ଏହି କାର୍ଯ୍ୟକ୍ରମ କୁ ସଫଳ ଭାବେ ସମ୍ପନ୍ନ କରିବା ରେ ନୋଡାଲ ସ୍କୁଲ ର ଜାନକୀରାମ ସମାବେଦମ, କଣ୍ଟାବାଞ୍ଜି ଭୋକେସନାଲ କଲେଜ ର ଅଙ୍କିତା ଦାସ, ଓମେନ୍ସ କଲେଜ ର ଶିକ୍ଷୟତ୍ରୀ ମିମି ମେମ, ସେଣ୍ଟ ଜାଭିୟର ସ୍କୁଲ ର ରୋହିତ ଅଗ୍ରୱାଲ, ରେଖାଲତା ସାହୁ, ଦୋଳେଶ୍ୱରୀ ଠାକୁର, ହେମାଙ୍ଗିନୀ ପନିକା, ସଂଜୁ ବରିହା, ଟିକେଶ ଦଣ୍ଡସେନା, ସୁରେନ୍ଦ୍ର ସାହୁ, କଣ୍ଟାବାଞ୍ଜି ଲାୟଂସ ପବ୍ଲିକ ସ୍କୁଲ ର ଭି ଭି ରମନା ମୂର୍ତ୍ତି, ପୁଷ୍ପିତା ମିଶ୍ର, ବିନ୍ଦୁ ସାଗର, ଗତି କୃଷ୍ଣ ପଟେଲ, ସରୋଜ ମିଶ୍ର, ଜ଼େ ଏମ ଜ଼େ ଇଂଲିଶ ମିଡ଼ିଅମ ସ୍କୁଲ ର ଦେବାଶିଷ ବେହେରା, ସୁବ୍ରତ ଭୋଇ, ହିଆଲ ସି ଆର ସି ସି ଅମରେନ୍ଦ୍ର ବାଗ, ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ର ଶରତ ମେହେର, ଲୋକେଶ ସିଂ,

ଓକିଲ ବ୍ରଜ ଶ୍ୟାମ ଗୁରୁ, ସାମ୍ବାଦିକ ରୋହନ କୁମାର ମହତ, ସାମ୍ବାଦିକ ତୁଳସୀରାମ ଜଗତ ସାମାଜିକ କାର୍ଯ୍ୟକର୍ତା ଆଶିଷ ବଦ୍ରି ଓ ଗୀତକାର ଉମାକାନ୍ତ ମହାନନ୍ଦ ନିର୍ଣ୍ଣାୟକ ଭାବେ ନିଜ ନିଜ ଦାୟିତ୍ୱ ତୁଲାଇ ଥିଲେ| ଯାହା ପାଇଁ ଆର ଏସ ଆର ଏସ କ୍ଳବର ମୁହମ୍ମଦ ସେହବାଜ ଖାନ, ସ୍ମିତ ଦଲାଇ ଓ ଆରିଫ ମୁହମ୍ମଦ ସବୁ ଗୁରୁଜନ, ସାମ୍ବାଦିକ ବନ୍ଧୁ, ବିଭିନ୍ନ ଶିକ୍ଷା ଆନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଗୀତକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ଓ ଆଗ କୁ ବି ଆହୁରି ଭଲ ଭାବେ ବିଭିନ୍ନ ପ୍ରତିୟୋଗୀତା ପାଇଁ ଏହି କ୍ଲବ ସୁଯୋଗ ନେବା ପାଇ ନିଜକୁ ପ୍ରସ୍ତୁତ ରଖିବେ ବୋଲି ଆଶ୍ୱାସନ ଦେଇ ଅଛନ୍ତି|

error: Content is protected !!