Sunday, March 8, 2026
Homeରାଜ୍ୟକଠଉମାଲ ବିରେନ୍ଦ୍ର କୁମାର ମହାବିଦ୍ୟାଳୟ ଠାରେ ବୃକ୍ଷରୋପଣ ।

କଠଉମାଲ ବିରେନ୍ଦ୍ର କୁମାର ମହାବିଦ୍ୟାଳୟ ଠାରେ ବୃକ୍ଷରୋପଣ ।

ଗାଇସିଲେଟ-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଠଉମାଲ ସ୍ଥିତ ବିରେନ୍ଦ୍ର କୁମାର ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବନା ସେଠଙ୍କ ନେତୃତ୍ୱରେ ବନୋମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ସଂସ୍ଥା (NSS) ଓ ୟୁଥ ରେଡକ୍ରସର ମିଳିତ ଉଦ୍ୟମରେ ଧନେସ୍ୱରୀ ବାରିକ ୟୁଥ ରେଡକ୍ରସ କାଉନସେଲରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ହୋଇଥିଲା ।

ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଅଧ୍ୟାପକ ମୋହନ ଦାଶ ଉକ୍ତ ସଭା ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସଭାପତି ପ୍ରଣୟ କୁମାର ସାହୁ,ସମ୍ପାଦକ ଦେବେନ୍ଦ୍ର ଯୋଷୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସାଂପ୍ରତିକ ପରିସ୍ଥିତିରେ ଗଛ ଲଗାଇବାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିବା ବେଳେ ପରିଶେଷରେ ଅଧ୍ୟାପକ ପରେଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!