Saturday, March 7, 2026
Homeଅଘଟଣକଂଗ୍ରେସ ନେତା ଗଜରାଜ ସିଂ ପୁଟାଙ୍କ ମାତୃ ବିୟୋଗ ।

କଂଗ୍ରେସ ନେତା ଗଜରାଜ ସିଂ ପୁଟାଙ୍କ ମାତୃ ବିୟୋଗ ।

ପାଇକମାଲ-ପାଇକମାଲ ବ୍ଲକ କଂଗ୍ରେସ ପୂର୍ବତନ ସଭାପତି,ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗଜରାଜ ସିଂ ପୁଟାଙ୍କ ମା’ ଫୁଲ କୁଅଁର ପୁଟାଙ୍କ ୧୦୩ ବର୍ଷ ବୟସରେ ଶନିବାର ବିଳମ୍ବିତ ରାତ୍ରିରେ ଖପୁରୀଡ଼ିହି ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ଫୁଲକୁଅଁର ଦେବୀ ଜଣେ ଧର୍ମ ପରାୟଣା ତଥା ପରୋପକାରୀ ମହିଳା ଥିଲେ ।

ତାଙ୍କ ପଛରେ ପୁଅ ଗଜରାଜ ସିଂ ପୁଟା, ଗୋବର୍ଦ୍ଧନ ପୁଟା, ତିନି ଝିଅ, ବୋହୁ,ନାତି ନାତୁଣିଙ୍କୁ ଛାଡି ଯାଇଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ତାଙ୍କ ବାସ ଭବନକୁ ଯାଇ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି । ଗାଁ ଶ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ଗଜରାଜ ସିଂ ପୁଟା ମୁଖାଗ୍ନି ଦେଇଥିଲେ ।

error: Content is protected !!