ଅଣ୍ଡର-୧୭ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ତମନ୍ନା ସାହୁ ଚାମ୍ପିଆନ ।
ଅଣ୍ଡର-୧୫ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ସାଇ ଚନ୍ଦନ ମହାନ୍ତି ଓ ଅମନ ଅଗ୍ରୱାଲ ଚାମ୍ପିଆନ।
ଅଣ୍ଡର-୧୯ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ନୀଳମାଧବ ବାଘ ଓ ଚିନ୍ତନ କୁମାର ସେଠୀ ଚାମ୍ପିଆନ।
ପଦ୍ମପୁର-ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମରେ ଦିନିକିଆ ସନ୍ତୋଷ କୁମାର ବୈକାରଙ୍କ ସ୍ମୃତିରେ ପଦ୍ମପୁରରେ ପ୍ରଥମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ବ୍ୟାଡମିଣ୍ଟନ୍ ଉନ୍ନୟନ କମିଟିର ସଭାପତି ହରିଶଙ୍କର ସିଂ ଙ୍କ ନେତୃତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ,ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ମିଳୁ ସାହୁ,ବେଣୁମାଧବ ଦୋରା ,ବିଷ୍ଣୁ ଦୋରା,ସଚିଦାନନ୍ଦ ବହିଦାର ,ବିଦେଶୀ ସାହୁ ,କପିଳ ଅଗ୍ରୱାଲ ପ୍ରମୁଖ ଅତିଥ୍ ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦଘାଟନ କରିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ଉକ୍ତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟରୁ ମୋଟ ୬୦ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ରାକେଶ ସାହୁ,ଦୀପକ ଅଗ୍ରୱାଲ , ବଂଶୀ ଅଗ୍ରୱାଲ, ନିପୁନ, ଆକିବ , ରିକୀ ,ଅନୁକଳ୍ପ ବୌଧଦୀପ୍ତ, ସ୍ମୃତି ରଞ୍ଜନ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।