ଭୁବନେଶ୍ୱର-ବିଜୁଜ ନତା ଦଳର ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଜାତୀୟମୁଖପାତ୍ର ଡ଼ଃ ସଂତୃପ୍ତ ମିଶ୍ର ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଓଡିଶାର ତାମିଲନାଡୁକ ୁଶସ୍ତାରେ ବିଜୁଳି ଯୋଗାଣର ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶାର ବିଜୁଳି ଦର ବିଜେପି ଶାସିତ ରାଜ୍ୟ ମାନଙ୍କ ବିଜୁଳି ଦର ଠାରୁ କମ ବୋଲି କହିବା ସହିତ ଡ଼ଃ ସଂତୃପ୍ତ ମିଶ୍ର ବିଭିନ୍ନ ରାଜ୍ୟର ତୁଳନାତ୍ମକ ବିଜୁଳି ଦର ପ୍ରଦାନ କରିଥିଲେ । ବିଜେପିର ଶୀର୍ଷ ନେତୃତ୍ୱ ଏହି ମିଥ୍ୟା ତଥ୍ୟ ଉଦେଶ୍ୟ ମୂଳକ ଭାବେ ପରିବେଷଣ କରି ଓଡିଶାବାସୀଙ୍କୁ ଭୁଆଁବୁଲାଇ କିଛି ଭୋଟ ହାତେଇବାକୁ ପ୍ରୟାସ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ । ଡ଼ଃ ମିଶ୍ରକହିଥିଲେ, ଓଡ଼ିଶାରେ ବିଜୁଳି ଉତ୍ପାଦନ ମୁଖ୍ୟତଃ ପବ୍ଲିକସେକ୍ଟର ଅଣ୍ଡରଟେକିଙ୍ଗ ସଂସ୍ଥା ଯଥା ଏନଟିପିସି ଦ୍ୱାରା କରାଯାଇଥାଏ ।
ଭାରତ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଜୁଳି ମଧ୍ୟର ୁବଳକା ବିଜୁଳି ଜାତୀୟ ଗ୍ରୀଡ଼କୁ ପ୍ରଦାନ କରା ଯାଇଥାଏ ଓ ସେଣ୍ଟ୍ରଲ ଲଇଲେକଟ୍ରିସିଟି ରେଗୁଲେଟରୀ କମିସନ (ସି.ଇ.ଆର.ସି) ଏହାକୁ ବିଭିନ୍ନ ବିଦ୍ୟୁତ ନିଅଣ୍ଟ ରାଜ୍ୟକୁ ସେମାନଙ୍କ ଚାହିଦା ଅନୁଯାୟୀ ପ୍ରଦାନ କରିଥାଏ । ଏହି ସଂସ୍ଥା ଦ୍ୱାରା ବିଦ୍ୟୁତ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇଥାଏ । ଓଡ଼ିଶାରେ ଏନଟିପିସି ମାଧ୍ୟମରେ ପ୍ରାୟ ୪୬୦୦ ୟୁନିଟ ବିଜୁଳି ଉତ୍ପାଦନ ହେଉଥିବା ବେଳେ, ଓଡ଼ିଶାକୁ ମାତ୍ର ୧୩୫୮ ୟୁନିଟ ବିଜୁଳି ମିଳିଥାଏ ଓ ବଳକା ବିଜୁଳି ସିଇଆରସି ମାଧ୍ୟମରେ ଅନ୍ୟ ରାଜ୍ୟମାନଙ୍କୁ ପ୍ରଦାନ କରା ଯାଇଥାଏ । କେଉଁ ରାଜ୍ୟକୁ କେତେ ବିଜୁଳି ଦିଆଯିବ ଓ ଏହାର ୟୁନିଟ ପିଛା ମୂଲ୍ୟ କେତେ ରହିବ ତାହା ସିଇଆରସି ଦ୍ୱାରା ନିର୍ଦ୍ଧାରଣ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ, ବିଜେପିର ଶୀର୍ଷନେତୃତ୍ୱଙ୍କ କରାଯାଇଥିବା ଅଭିଯୋଗ ଯଥା, ଓଡିଶା ଦ୍ୱାରା ତାମିଲନାଡୁକୁ ଶସ୍ତା ଦରରେ ବିଜୁଳିଯୋଗାଣ, କେବଳମିଥ୍ୟା ଓ କପୋଳକଳ୍ପିତ ନୁହେଁ ବରଂ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ । ଜାଣି ଶୁଣି ନିର୍ବାଚନୀ ସଭାରେ ଏପରି ମିଥ୍ୟା ତଥ୍ୟ ପ୍ରଦାନ କରି କିଛି ଭୋଟ ହାତେଇବାର ସେମାନଙ୍କର ଉଦ୍ଦେଶ୍ୟ ବୋଲି ଏଥିରୁ ସ୍ପଷ୍ଟ ଅନୁମେୟ ।
ଡ଼ଃ ମିଶ୍ର ଆହୁରି କହିଥିଲେ ଯେ, ଓଡ଼ିଶାରେ ଲାଗୁ ହୋଇଥିବା ବିଜୁଳି ଦର ବିଜେପି ଶାସିତ ରାଜ୍ୟ ମାନଙ୍କ ତୁଳନାରେ କମ । ଓଡିଶାରେ ପ୍ରତିୟୁନିଟ ବିଜୁଳି ୪ ଟଙ୍କା ୬୨ ପଇସାରେ ମିଳୁଥିବା ବେଳେ ମଧ୍ୟପ୍ରଦେଶରେ ଏହା ୫ ଟଙ୍କା ୭୩ ପଇସାରେ, ଆସାମରେଏହା ୭ ଟଙ୍କା ୮୦ ପଇସାରେ, ରାଜସ୍ଥାନରେଏହା ୮ ଟଙ୍କା ୩୮ ପଇସାରେ, ବିହାରରେଏହା ୯ ଟଙ୍କା ୮୭ ପଇସାରେ, ମହାରାଷ୍ଟ୍ରରେଏହା ୬ ଟଙ୍କା ୭୪ ପଇସାରେ ଓ ଉତ୍ତରପ୍ରଦେଶରେ ଏହା ୯ ଟଙ୍କା ୮୮ ପଇସାରେ ମିଳୁଛି । ଓଡିଶା ସରକାରଙ୍କ ମେକ୍ଇନ୍ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ଦ୍ରୁତଗତିରେ ଶିଳ୍ପାୟନ ହେଉଥିବାରୁ ଓଡ଼ିଶାର ବିଜୁଳି ଆବଶ୍ୟକତା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ, ଓଡ଼ିଶାର ବର୍ଦ୍ଧିତ ବିଜୁଳି ଆବଶ୍ୟକତାକୁ ପୂରଣକରିବା ପାଇଁ ଓଡିଶାସରକାର କେନ୍ଦ୍ର ଶକ୍ତିମନ୍ତ୍ରଣାଳୟ ନିକଟରେ ଦାବିଜଣାଇ ଆସୁଛନ୍ତି । ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଉତ୍ପାଦିତ ହେଉଥିବା ବିଜୁଳି ଓ ଏଥିରେ ବ୍ୟବହାର ହେଉଥିବା କୋଇଲା ଉତ୍ପାଦନ ସମୟରେ ଓଡ଼ିଶାର ପରିବେଶ ପ୍ରଦୂଷିତ ହେଉଥିବାରୁ, ଉତ୍ପାଦିତ ହେଉଥିବା ବିଜୁଳି ଉପରେ ଓଡ଼ିଶାର ଅଧିକାର ରହିଛି ବୋଲି, କେନ୍ଦ୍ରକୁ ଦିଆଯାଇଥିବା ଚିଠିରେ ଓଡିଶା ତରଫର ଉଲ୍ଲେଖ କରାଯାଇଛି ।