ପଦ୍ମପୁର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲି ପ୍ରାଙ୍ଗଣରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଜାନକୀବଲ୍ଲଭ ପାଇକଙ୍କ ସଭାପତିତ୍ଵରେ ସମାଜସେବୀ ଶ୍ରୀଯୁକ୍ତ ଧନମାଲି ହାତୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ମହତ୍ତ୍ଵ ବିଷୟରେ ଉଦବୋଧନ ଦେଇଥିଲେ।

ଏହା ସହ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ସମୀର କୁମାର ସିଂ ଦେଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରି ବନମହୋତ୍ସବ ଉତ୍ସବକୁ ସାଫଲ୍ୟା ମଣ୍ଡିତ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟ ଅତିଥି ଶିକ୍ଷକ ଶିକ୍ଷୟତ୍ରୀବୃନ୍ଦ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ।




