Saturday, June 7, 2025
spot_imgspot_imgspot_img
Homeରାଜ୍ୟଓ.ଏସ.ଆର.ଟି.ସି. ବସ ଚଳାଚଳ ବନ୍ଦ,ପ୍ରଶାସନ ପଦକ୍ଷେପ ନେଇ ପାଇଁ ଦାବୀ।

ଓ.ଏସ.ଆର.ଟି.ସି. ବସ ଚଳାଚଳ ବନ୍ଦ,ପ୍ରଶାସନ ପଦକ୍ଷେପ ନେଇ ପାଇଁ ଦାବୀ।

ମାସକୁ ୧୨ ଦିନ ଗଡୁନି ।

ଡିଟିଏମ କହିଲେ ଏସି ଅଚଳ ।

ପଦ୍ମପୁର-ସମ୍ବଲପୁର ଖରିଆଡରୋଡ ଭାୟା ବିଜେପୁର ଗୁଦେରପାଲି ଏହି ରୁଟରେ ପ୍ରତିଦିନ ଏକ ସରକାରୀ ବସ ଚଳାଚଳ କରୁଥିଲା। ଯାହାକି ଦୀର୍ଘ ତିନି ଦିନ ହେବ ଚାଲୁନି। ଯାତ୍ରୀଙ୍କ କହିବା ଅନୁସାରେ କୁଆଡେ ଏହି ଓ.ଏସ.ଆର.ଟି.ସି. ବସଟି ମାସକୁ ବାର ଦିନ ଚଲାଚଲ ବନ୍ଦ ରୁହେ। ଏବିଷୟରେ ଡି.ଟି.ଏମଙ୍କୁ ଯୋଗାଯୋଗ କରିବାରୁ ଡି.ଟି.ଏମ କହିଲେ ଦୀର୍ଘ ତିନି ଦିନ ହେଲା ବସର ଏସି କାମ କରୁନାହିଁ, ସେଥିପାଇଁ ବସ ଚଳାଚଳ ବନ୍ଦ କରାଯାଇଛି ବୋଲି କହିଥିଲେ। ଆଗରୁ ଏହି ରୁଟରେ ନନ୍ ଏସି ଓ.ଆର.ଟି.ସି ବସ ଚଳାଚଳ କରୁଥିଲା ଲୋକେ କମ ବସ ଭଡାରେ ଯାତାୟାତ କରୁଥିଲେ।

ଏବେ ଏସି ବସରେ ଅଧିକ ଭଡା ଦେଇ ଯାତାୟତ କରୁଛନ୍ତି। ତଥାପି ବସଟି ମଝିରେ ମଝିରେ ମାସକୁ ବାର ଦିନ ବ୍ରେକଡାଉନ ପଡୁଥିବାରୁ ଅନେକ ଯାତ୍ରୀ, ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଖରିଆଡରୋଡରୁ ଫେରିବା ବେଲେ ସଂଧ୍ୟାରେ ବରଗଡ, ବୁର୍ଲା ଏବଂ ସମ୍ବଲପୁରକୁ ଯିବା ପାଇଁ ଏହି ବସଟି ଏହି ରୁଟର ଶେଷ ବସ ତାପରେ ଆଉ ବସ ସେବା ନାହିଁ। ପରିବହନ ମନ୍ତ୍ରୀ ଦୃଷ୍ଟି ଗୋଚର କରନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି।

error: Content is protected !!