Sunday, March 8, 2026
Homeରାଜ୍ୟଏଫ୍ ଏଲ ଏନ୍ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ।

ଏଫ୍ ଏଲ ଏନ୍ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ।

ବରପାଲି-ବରପାଲି ବ୍ଲକ୍ ତେଜଙ୍ଗ କ୍ଲଷ୍ଟର ଧୁବାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏକ ବୈଠକ ହୋଇଯାଇଛି। ସି ଆର୍ ସି ସି ସଞ୍ଜୟ କୁମାର ସାହୁଙ୍କ ତତ୍ଵାବଧାନରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଏଥିରେ ୨୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପ ସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ଗରୁଡ଼ ଦୀପ ପ୍ରଜ୍ଜ୍ୱଳନ କରି ସଭାପତିତ୍ବ ଭାବରେ ବୈଠକ କୁ ଆଗେ଼ଇ ନେଇଥିଲେ।

ସହକାରୀ ଶିକ୍ଷକ ରାଜୀବ ଲୋଚନ ସାହୁ ପୁର୍ବ ଵୈଠକ ର ପୁନରାଲୋଚନା କରିଥିବା ବେଳେ ଓ ଲିଙ୍ଗରାଜ ପାଣ୍ଡେ ଫେବୃୟାରୀ ମାସର ପାଠ୍ୟଖସଡ଼ା ବିଷୟରେ ଆଲୋଚନା କରି କିପରି ପ୍ରଥମ, ଦ୍ବିତିୟଓ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀମାନେ ମୌଲିକ ,ସଂଖ୍ୟା ଜ୍ଞାନ ଓ ସ୍ୱାକ୍ଷରତା କୁ ହାସଲ କରିପାରିବେ ସେ ବିଷୟରେ ଆଲୋଚା କରିଥିଲେ।

ସି ଆର ସି ସି ସଞ୍ଜୟ କୁମାର ସାହୁ ପଠନ ସାମଗ୍ରୀ (ଟି ଏଲ ଏମ) କୁ ନେଇ ଏକ ସୁନ୍ଦର ଅଭିନବ ଉପାୟ ମାଧ୍ୟମରେ ପାଠ୍ୟ ଯୋଜନା ଉପସ୍ଥାପନ କରିଥିଲେ।ସହକାରୀ ଶିକ୍ଷକ ରାଜୀବ ଲୋଚନ ସାହୁ ଶ୍ରେଣୀ ପଠନରେ ଉପୁଜୁ ଥିବା ସମସ୍ୟା ଓ ତାର ସମାଧନ ପାଇଁ ଏକ ପାଠ୍ୟ ଯୋଜନା କୁ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ। ଶେଷରେ ଅମାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!