ବରଗଡ-ସଂଯୁକ୍ତ କୃଷକ ସଂଗଠନ ତରଫରୁ ସୋଲହ ଦିନ ହେବ ଜିଲ୍ଲା କୃଷି କାର୍ଯ୍ୟାଳୟ ଅଫିସ ତାଲା ଦେଇ ଆନ୍ଦୋଳନ ଧାରଣା ରେ ବସିଛନ୍ତି। କୃଷକ ମାନଙ୍କ ମିଗ ଜୋମ ଜନିତ କ୍ଷତିପୂରଣ ଇନପୁଟ ଏବଂ ଫସଲ ବୀମା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ଦୃଢ ସ୍ୱରରେ ନିଜର ଦାବୀ ମୁଖର ଭାବେ ରଖୁଥିବା ବେଳେ ପ୍ରଶାସନ,ଶାସନ, କମ୍ପାନୀ ପକ୍ଷରୁ ଦାବୀ ପୂରଣ ନ କରିବା ଦୁର୍ଭାଗ୍ୟ ଜନକ ବୋଲି ଆନ୍ଦୋଳନ କରି ମାନେ ମତପ୍ରକାଶ କରିଛନ୍ତି। ଆନ୍ଦୋଳନ କୁ ଭିନ୍ନ ରୂପ ଦେଇ ଦୁର୍ବାର କରିବା ପାଇଁ କର୍ମୀ ମାନଙ୍କ ମଧ୍ୟରେ ବୈଠକ ବସିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ସଂଗଠନ କୁ ଆଲୋଚନା ପାଇଁ ଡାକିଥିଲେ। ଆଲୋଚନା ରେ କମ୍ପାନୀ ଜିଲ୍ଲା ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। କମ୍ପାନୀ ପ୍ରତିନିଧି ଦୁଇ ଏପ୍ରିଲ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ଖାତା ରେ କ୍ଷତିପୂରଣ ଟଙ୍କା ଆସି ଯିବାପାଇଁ ନିଶ୍ଚିତ କରିଥିଲେ। ଆଜି ବରଗଡ଼ ଜିଲାରେ ପ୍ରଥମ ପର୍ଯ୍ୟାୟ ରେ ସତ କୋଟି ଟଙ୍କା ଚାଷୀ ମାନଙ୍କ ଖାତାରେ ଦେଇଥିବା ଆଲୋଚନା ବେଳେ କହିଥିଲେ। କିନ୍ତୁ ଚାଷୀ ମାନଙ୍କ ଖାତା ରେ କ୍ଷତିପୂରଣ ଟଙ୍କା ପଡ଼ିଥିବା ସଂଗଠନ ପାଖରେ ସୂଚନା ନ ଥିବରୁ ଆନ୍ଦୋଳନ ଜାରି ରଖିବା ପାଇଁ ଘୋଷଣା କରି ବୈଠକ ରୁ ଉଠି ଚାଲି ଆସିଥିଲେ। କୃଷି ଅଫିସ ସମୁଖରେ ବସିଥିବା ସ୍ଥଳ କୁ ଆସି ୧ ଏପ୍ରିଲ ସୁଦ୍ଧା ଚାଷୀଙ୍କ ଖାତା ରେ କ୍ଷତିପୂରଣ ଟଙ୍କା ନ ଆସିଲେ ଆନ୍ଦୋଳନ ଯେ କୌଣସି ମିହୂର୍ତ୍ତରେ ରାଜରାସ୍ତାକୁ ଉଲ୍ହାଇବା ପାଇଁ ଘୋଷଣା କରିଛନ୍ତି। ଆଲୋଚନା ରେ ସଂଗଠନ ପକ୍ଷରୁ ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଭେଡେନ ରୁ ସୁଦାମ ଭୋଇ, ନରେନ୍ଦ୍ର ଭୋଇ, ସୁଦାଂଶୁ ଦୀପ,ଅତାବିରା ବୀରେନ୍ଦ୍ର କର,ବିଜେପୁର ରୁ ମହେନ୍ଦ୍ର ପଧାନ, ଶିବ ସାହୁ, ବରପାଲି ରୁ ରାଧେଶ୍ୟାମ ନାୟକ, ଶ୍ୟାମ ରାଉତ, ସୋହେଲା ପ୍ରଭାତ ସାହୁ, ପ୍ରମରାଜ ସାହୁ, ବରଗଡ଼ ର ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ଦୁକାଳୁ ପଧାନ, ବବ୍ରୁ ସାହୁ, ଅଂଶ ଗ୍ରହଣ କରିଥିଲେ। ସଂଯୁକ୍ତ କୃଷକ ସଂଗଠନ ତରଫରୁ ସୋଲହ ଦିନ ହେବ ଜିଲ୍ଲା କୃଷି କାର୍ଯ୍ୟାଳୟ ଅଫିସ ତାଲା ଦେଇ ଆନ୍ଦୋଳନ ଧାରଣା ରେ ବସିଛନ୍ତି। କୃଷକ ମାନଙ୍କ ମିଗ ଜୋମ ଜନିତ କ୍ଷତିପୂରଣ ଇନପୁଟ ଏବଂ ଫସଲ ବୀମା ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ଦୃଢ ସ୍ୱରରେ ନିଜର ଦାବୀ ମୁଖର ଭାବେ ରଖୁଥିବା ବେଳେ ପ୍ରଶାସନ,ଶାସନ, କମ୍ପାନୀ ପକ୍ଷରୁ ଦାବୀ ପୂରଣ ନ କରିବା ଦୁର୍ଭାଗ୍ୟ ଜନକ ବୋଲି ଆନ୍ଦୋଳନ କରି ମାନେ ମତପ୍ରକାଶ କରିଛନ୍ତି। ଆନ୍ଦୋଳନ କୁ ଭିନ୍ନ ରୂପ ଦେଇ ଦୁର୍ବାର କରିବା ପାଇଁ କର୍ମୀ ମାନଙ୍କ ମଧ୍ୟରେ ବୈଠକ ବସିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ସଂଗଠନ କୁ ଆଲୋଚନା ପାଇଁ ଡାକିଥିଲେ। ଆଲୋଚନା ରେ କମ୍ପାନୀ ଜିଲ୍ଲା ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। କମ୍ପାନୀ ପ୍ରତିନିଧି ଦୁଇ ଏପ୍ରିଲ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ଖାତା ରେ କ୍ଷତିପୂରଣ ଟଙ୍କା ଆସି ଯିବାପାଇଁ ନିଶ୍ଚିତ କରିଥିଲେ। ଆଜି ବରଗଡ଼ ଜିଲାରେ ପ୍ରଥମ ପର୍ଯ୍ୟାୟ ରେ ସତ କୋଟି ଟଙ୍କା ଚାଷୀ ମାନଙ୍କ ଖାତାରେ ଦେଇଥିବା ଆଲୋଚନା ବେଳେ କହିଥିଲେ। କିନ୍ତୁ ଚାଷୀ ମାନଙ୍କ ଖାତା ରେ କ୍ଷତିପୂରଣ ଟଙ୍କା ପଡ଼ିଥିବା ସଂଗଠନ ପାଖରେ ସୂଚନା ନ ଥିବରୁ ଆନ୍ଦୋଳନ ଜାରି ରଖିବା ପାଇଁ ଘୋଷଣା କରି ବୈଠକ ରୁ ଉଠି ଚାଲି ଆସିଥିଲେ। କୃଷି ଅଫିସ ସମୁଖରେ ବସିଥିବା ସ୍ଥଳ କୁ ଆସି ୧ ଏପ୍ରିଲ ସୁଦ୍ଧା ଚାଷୀଙ୍କ ଖାତା ରେ କ୍ଷତିପୂରଣ ଟଙ୍କା ନ ଆସିଲେ ଆନ୍ଦୋଳନ ଯେ କୌଣସି ମିହୂର୍ତ୍ତରେ ରାଜରାସ୍ତା ଉଲ୍ହାଇବା ପାଇଁ ଘୋଷଣା କରିଛନ୍ତି। ଆଲୋଚନା ରେ ସଂଗଠନ ପକ୍ଷରୁ ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଭେଡେନ ରୁ ସୁଦାମ ଭୋଇ, ନରେନ୍ଦ୍ର ଭୋଇ, ସୁଦାଂଶୁ ଦୀପ,ଅତାବିରା ବୀରେନ୍ଦ୍ର କର,ବିଜେପୁର ରୁ ମହେନ୍ଦ୍ର ପଧାନ, ଶିବ ସାହୁ, ବରପାଲି ରୁ ରାଧେଶ୍ୟାମ ନାୟକ, ଶ୍ୟାମ ରାଉତ, ସୋହେଲା ପ୍ରଭାତ ସାହୁ, ପ୍ରମରାଜ ସାହୁ, ବରଗଡ଼ ର ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ଦୁକାଳୁ ପଧାନ, ବବ୍ରୁ ସାହୁ, ଅଂଶ ଗ୍ରହଣ କରିଥିଲେ।