Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଏଞ୍ଜେଲସ ଗାର୍ଡେନରେ ଗୋଲଡେନ ବଣ୍ଡସ ଦିବସ ।

ଏଞ୍ଜେଲସ ଗାର୍ଡେନରେ ଗୋଲଡେନ ବଣ୍ଡସ ଦିବସ ।

ବରପାଲି-ବରପାଲି ଲିଟିଲ ଏଞ୍ଜେଲସ ଗାର୍ଡେନ ପରିସରରେ ଅଜା ଆଈ ନାତି ନାତୁଣୀଙ୍କ ଗହଣରେ ଗୋଲଡେନ ବଣ୍ଡସ ଦିବସ ପାଳିତ ହୋଇଯାଇଛି । ସମାରୋହରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସେବକରାମ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ଡ ଓ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଯୋଗ ଦେଇ କାର୍ଯ୍ଯକ୍ରମର ମୂଳ ତାତ୍ପର୍ଯ୍ଯ ଉପରେ ବୁଝାଇଥିଲେ ।

ସମାରୋହରେ ପ୍ରାଇମେରୀ ବିଭାଗରୁ ୫୦ଜଣରୁ ଊର୍ଦ୍ଧ୍ଵ ନାତି ନାତୁଣୀ-ଅଜା ଆଈ ଉପସ୍ଥିତ ହୋଇଥିଲେ। ମୁଖ୍ୟଅତିଥି ଦାଶ ନାତିନାତୁଣୀଙ୍କ ପ୍ରତି ରହିଥିବା ନିଜ କର୍ତ୍ତବ୍ୟ ସାଧନକୁ ନେଇ ଅଜାଆଇଙ୍କ ପାଳନିୟ ତତ୍ବବାଣି ଉପସ୍ଥାପନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶିକା ପ୍ରଧାନ ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ମାନ ଦେବା ଏବଂ ସଂସ୍କାରୀ ହେବାକୁ ସତଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ।

ପରେ ଛାତ୍ରଛାତ୍ରି ମାନଙ୍କ ଦ୍ବାରା ଗୀତ ଓ ନୃତ୍ୟକୁ ନେଇ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଆମନ୍ର୍ତିତ ଅଜାଆଈ ମାନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାର କୌତୁକିଆ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ବିଜୟିନୀ ମାନଙ୍କୁ ପୁରସ୍କାର ଅତିଥି ମାନଙ୍କ ଦ୍ବାରା ବିତତରଣ କରାଯାଇଥିଲା ।

ଦେବେନ୍ଦ୍ର କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଆଶିଷ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଏଞ୍ଜେଲସ ଗାର୍ଡେନ ଓ ପ୍ରାଇମେରୀ ବିଭାଗର ଶିକ୍ଷୟିତ୍ରୀ ଗଣ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!