Friday, November 22, 2024
spot_imgspot_imgspot_img
Homeରାଜନୀତିଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ଉତ୍ତମ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।

ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ଉତ୍ତମ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।

ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ କଲେ ଜିଲ୍ଲାପାଳ ,ଏସପି ଏବଂ ଅତିରିକ୍ତ ଜିଲ୍ଲାପାଳ ।

ବରଗଡ଼ – ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ କୁ ସୂଚାରୁ ରୂପେ ଆୟୋଯନ କରି ଏହାର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ବରଗଡ଼ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲ (ଭା.ପ୍ର.ସେ.)ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଗୋୟାଲ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ବରଗଡ଼ ଲୋକସଭା ଏବଂ ପଦ୍ମପୁର,ବିଜେପୁର, ବରଗଡ଼, ଅତାବିରା ଏବଂ ଭଟଲି ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ। ପଞ୍ଚମ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ୨୬ ଏପ୍ରିଲ ୨୦୨୪ ରେ ପ୍ରକାଶ ପାଇବାକୁ ଥିବା ବେଳେ, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୩ ମଇ ରଖାଯାଇଛି।

୬ ମଇ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୨୦ ମଇ ଦିନ ମତଦାନ ଏବଂ ୪ ଜୁନ ଦିନ ଭୋଟ ଗଣତି ହେବ ବୋଲି ଜିଲ୍ଲାପାଳ କହିଥିଲେ।ଜିଲ୍ଲା ସ୍ତରରେ ଖର୍ଚ୍ଚ ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ ମିଡିଆ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ / ପ୍ରାର୍ଥୀ କେନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗଗୁଡ଼ିକ ଯଥା ସି-ଭିଜିଲ ଆପ, ସୁବିଧା ପୋର୍ଟାଲ, ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଏବଂ ସକ୍ଷମ ଆପ ବିଷୟରେ ବିସ୍ତୃତ ବିବରଣୀ ଦେବା ସହିତ ନିର୍ବାଚନ ଟୋଲ ଫ୍ରୀ ନ-୧୯୫୦ କିମ୍ବା ପୋଲିସ ହେଲ୍ପ ଲାଇନ ୧୧୨ କୁ ଫୋନ କରି ନିଜର ଅଭିଯୋଗ କରିପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ ଜିଲ୍ଲା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ସୂଚନା ଦେବାକୁ ଯାଇ ଶ୍ରୀ ଗୋୟାଲ କହିଥିଲେ, ଯେ ଜିଲ୍ଲାରେ ମତଦାତା ସଂଖ୍ୟା ୧୮୧୮୯୩ ଥିବା ବେଳେ ପୁରୁଷ- ୫୯୫୪୯୪ ମହିଳା-୫୮୬୩୫୩। ସମୁଦାୟ ଭୋଟର ମାନଙ୍କ ମଧ୍ୟରୁ ୧୧୧୯୬ ଜଣ ଶାରୀରିକ ଅକ୍ଷମ ବ୍ୟକ୍ତି ଥିବା ବେଳେ ନୂତନ ଭୋଟର ସଂଖ୍ୟା ୪୩୯୧୩୬ ହୋଇଥିବା ବେଳେ ୮୫ ବର୍ଷ ବୟସରୁ ଅଧିକ ୮୩୧୫ ଭୋଟର ଜିଲ୍ଲାରେ ଏହି ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି। ସେହିପରି ଭାବରେ ଜିଲ୍ଲାରେ ୫ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିୟୋଜିତ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ୧୩୯୭ ଟି ବୁଥରେ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ କହିଥିଲେ।ଜିଲ୍ଲାପାଳ ଶ୍ରୀ ଗୋୟାଲ ସମଗ୍ର ଜିଲ୍ଲାରେ ନିର୍ବାଚନୀ ପରିଚାଳନା କରିବା ଏବଂ ଆଦର୍ଶ ଆଚରଣ ବିଧିର ଅନୁପାଳନ କରିବା ସହ ଏକ ସ୍ୱଚ୍ଛ,ମୁକ୍ତ, ନିରପେକ୍ଷ,ଅଂଶଗ୍ରହଣକାରୀ ପ୍ରଭାବଶାଳୀ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ I

ଏହା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା (ଭା.ପୋ.ସେ.) ଗଣମାଧ୍ୟମକୁ ବାର୍ତ୍ତା ଦେଇ କହିଥିଲେଯେ ଏହି ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ତା କଡାକଡି କରା ଯାଇଛି। କୈଣସି ପ୍ରକାର ଦ୍ବନ୍ଦ୍ବ, ହିଂସା ଏବଂ ଅପରାଧିକ କାର୍ଯ୍ୟର ପୁଙ୍ଖନୂପୁଙ୍କ ତଦନ୍ତ କରା ଯିବାପାଇଁ ସମସ୍ତ ବ୍ୟବସ୍ଥା କରା ଯାଇଛି ତତସହିତ କିଭଳି ଠିକ ସମୟରେ ଏବଂ ଠିକ ଉପାୟରେ ନିର୍ବାଚନ ପରିଚାଳନା କରିହେବ ସେଥିପ୍ରତି ପୋଲିସ ପ୍ରଶାସନ ସର୍ବଦା ଜାଗ୍ରତ ରହିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ଏବଂ ଜିଲ୍ଲା ସଦରମହକୁମା ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

error: Content is protected !!