ପଦ୍ମପୁର – ଏ.ବି.ସି.ଡି ଦ୍ବାରା ଆୟୋଜନ ହେବାକୁ ଥିବା ବୋଡାସମ୍ବର ନୂଆଁଖାଇ ଭେଟଘାଟ ଉପଲକ୍ଷେ ପଦ୍ମପୁର ମେହେରପଡା ସ୍ଥିତ ଗଙ୍ଗାଧର ମେହେର ଧର୍ମଶାଳା ଠାରେ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କୁ ସଦସ୍ୟ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ମାଁ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରି ନିଜେ ମୁରୁଜରେ ରଙ୍ଗୋଲି କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ୪ ଗୋଟି ବିଭାଗରେ ୯୬ ଜଣ ବିଭିନ୍ନ ସ୍କୁଲରୁ ପ୍ରତଯୋଗୀ ଥିବା ବେଳେ ରଙ୍ଗୋଲି ଓ ଝୋଟିରେ ଯଥାକ୍ରମେ ୪୫,୪୫ ଜଣ ଶିଶୁ ଓ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ରେ ଉତ୍ତୀର୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ନୂଆଁଖାଇ ଗୁରୁବାର ଅପରାହ୍ନ ଘ.୫.୦ ରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପରିସରରେ ଆୟୋଜିତ ନୂଆଁଖାଇ ଭେଟଘାଟ ପାଳନ ଅବସରରେ ପୁରସ୍କୃତ କରାଯିବ ।

ଏହି ପ୍ରତିଯୋଗିତାରେ ଏବିସିଡି ଉପଦେଷ୍ଠା ନାଟ୍ୟକାର କେଶରଞ୍ଜନ ପ୍ରଧାନ,ନାଟ୍ୟକାର ଅଶୋକ ବହିଦାର,ରମେଶ ଗୁର୍ଲା, ଟୁନା ବାରିକ, ଗୋପବନ୍ଧୁ ଶିକା, ସଭାପତି ଅନିଲ କୁମାର ବେହେରା,ସମ୍ପାଦକ ରଘୁନାଥ ପୁରୀ,ସହ ସମ୍ପାଦକ ପ୍ରତାପ ନାଥ, ଲିଙ୍ଗରାଜ ସାହୁ, ସହଦେବ ମେହେର,ଅଂଶୁମାନ ମେହେର,ରବିନ୍ଦ୍ର ମୋହନ ଦାଶ ,ଅମୀୟ ପୁରୋହିତ, ସାନ୍ତସଂଗ୍ରାମ ଭୋଇ, ସୁମନ୍ତ କୁମାର ସାହୁ, ତୁଷାର କାନ୍ତ ପ୍ରଧାନ,ସୁନୀଲ ଭୋଇ ,ସରୋଜ ଯୋଶୀ,ସରୋଜ ଦାନୀ ସହଯୋଗ କରିଥିବା ବେଲେ ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ସଚ୍ଚିଦାନନ୍ଦ ସାହୁ, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଓ ନକୁଳ ଗିଙ୍ଗିରା ବିଚାରକ ଦାୟିତ୍ୱ ତୁଳାଇଥିବା ବେଲେ ସହ-ସମ୍ପାଦକ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।



