Tuesday, December 3, 2024
spot_imgspot_imgspot_img
Homeଅଘଟଣଉପମୁଖ୍ୟମନ୍ତ୍ରୀଙ୍କ ନକଲି ପିଏ ଓ ଓଏସଡ଼ି ଗିରଫ।

ଉପମୁଖ୍ୟମନ୍ତ୍ରୀଙ୍କ ନକଲି ପିଏ ଓ ଓଏସଡ଼ି ଗିରଫ।

ଚାକିରୀ କରେଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)- ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଙ୍କ ନାଁ ନେଇ ଚାକିରୀ କରେଇଦେବା ଠକେଇ ଅଭିଯୋଗରେ ପାଟଣାଗଡ଼ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ଏସଡ଼ିପିଓ ସଦାନନ୍ଦ ପୁଝାରୀ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପାଟଣାଗଡ଼ ଥାନା ବିଲେଇସାଥି ଗାଁର ବୁଦ୍ଧଦେବ ସାହୁ ଓ ସାଲେପାଲି ଗାଁର ସୁଶୀଲ ରାଓ।

ପୋଲିସ ଠାରୁ ମିଲିଥିବା ସୂଚନା ଅନୁସାରେ ବୁଦ୍ଧଦେବ ଓ ସୁଶୀଲ ନିଜକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଙ୍କ ପିଏ ଓ ଓଏସଡ଼ି ପରିଚୟ ଦେଇ ମଲ୍ଟି ସ୍କିଲ ସଂସ୍ଥାରେ ଚାକିରୀ କରେଇଦେବା ପାଇଁ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି। କୌଣସିସୂତ୍ରରୁ ପୋଲିସ ସୂଚନା ପାଇଁ ପାଟଣାଗଡ଼ ଥାନା ଏଏସଆଇ ଅଜିତ ସେଠ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ତଦନ୍ତରେ ପାଟଣାଗଡ଼ର ଅଭିଷେକ କୁମାର, ସତ୍ୟବତୀ ସେନ୍ଦରିଆ ଓ ସୁମନ ନାଗଙ୍କ ଠାରୁ ଏଟେଣ୍ଡେଣ୍ଟ ଓ ସେମିଟେସନ ୱାର୍କର ପୋଷ୍ଟ ପାଇଁ ଜଣ ପିଛା ୭୦ ହଜାର ଲେଖାଏଁ ଟଙ୍କା ନେଇଥିଲେ।

ଆଉ କାହା କାହା ଠାରୁ ଚାକିରୀ କରେଇଦେବା ପାଇଁ ଟଙ୍କା ନେଇଛନ୍ତି ତଦନ୍ତ ଜାରିରହିଛି। ମଙ୍ଗଳବାର ଉଭୟ ଅଭିଯୁକ୍ତ ବୁଦ୍ଧଦେବ ସାହୁ ଓ ସୁଶୀଲ ରାଓଙ୍କୁ ପାଟଣାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଶ୍ରୀ ପୁଝାରୀ ସୂଚନା ଦେଇଥିବାବେଳେ ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତିଆ ଉପସ୍ଥିତ ଥିଲେ।

error: Content is protected !!