Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହ ଠାରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳିତ ।

ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହ ଠାରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳିତ ।

ପଦ୍ମପୁର-ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭା ଗୃହ ଠାରେ ସଭାପତି ସହକାରୀ ଜିଲ୍ଲାପାଳ ସୁଶ୍ରୀ ନିତୁଶ୍ରୀ ମେହେର ଙ୍କ ତତ୍ୱାବଧାନରେ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚୌହାନ ଓ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସରୋଜା ବେହେରା, ଆଦର୍ଶ ଥାନାଧିକାରୀ ଶ୍ରୀମତୀ ମମତା ନାୟକ ଓ ମୁଖ୍ୟ ବକ୍ତା ଭାବରେ ଡ଼ଃ ସରୋଜ କୁମାର ନାୟକ ଯୋଗଦେଇଥିଲେ। ପ୍ରଥମେ ମହାପୁରୁଷ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅତିଥି ମାନେ ମହାପୁରୁଷ ଙ୍କ ବିଷୟରେ ନିଜ ନିଜର ଅଭିଭାଷଣ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭା ଶେଷରେ ଆଦର୍ଶ ଥାନାଧିକାରୀ ଶ୍ରୀମତୀ ମମତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମାଜସେବୀ, ବରିଷ୍ଠ ଆଇନଜୀବୀ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇଥିଲେ।

error: Content is protected !!