Tuesday, December 3, 2024
spot_imgspot_imgspot_img
Homeରାଜ୍ୟଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷୀ କମ କୃଷି ଅଧିକାରୀ ଅଧିକ : କୃଷି ବିଭାଗ...

ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷୀ କମ କୃଷି ଅଧିକାରୀ ଅଧିକ : କୃଷି ବିଭାଗ କାର୍ଯ୍ୟକଳାପ ଉପରେ ବିଗିଡିଲେ ବରଗଡ ସାଂସଦ !

ଏହି କାର୍ଯ୍ୟକ୍ରମ କୃଷକଙ୍କ ପାଇଁ ନା ଅଧିକାରୀ ମାନଙ୍କ ପାଇଁ ?
ପାଇକମାଲ ଅଂଚଳର ଅସାଧୁ ପାୱାରଟିଲର ଏଜେନସିର ଖୋଲିଲା ମୁଖା ।
ସରକାରୀ ଯୋଜନାରେ ଦଲାଲ ରାଜ ବନ୍ଦ କରିବାକୁ କୃଷି ଅଧିକାରୀଙ୍କୁ ସାଂସଦଙ୍କ ତାଗିଦ ।

ପଦ୍ମପୁର- ବରଗଡ ଜିଲ୍ଲା କୃଷି ବିଭାଗ ତରଫରୁ ପଦ୍ମପୁର ଅଶୋକ ପଡିଆ ଠାରେ ତିନି ଦିବଶୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ,ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ ଓ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଳ ମୋତିରାମ ଚୌହାନ ତଥା ଅନ୍ୟାନ୍ୟ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ଅଧିକାରୀ ମଂଚାସିନ ଥିଲେ । ସମସ୍ତ ଅଧିକାରୀ ମାନେ ତଥା ସମ୍ମାନିତ ଅତିଥି ନିଜର ଅବିଭାଷଣ ରଖିଥିଲେ । ସବା ଶେଷରେ ମୁଖ୍ୟ ଅତିଥି ବରଗଡ ସାଂସଦ ତାଙ୍କ ଅବିଭାଷଣ ରଖିଥିଲେ ।

ଯାହାକି ସମସ୍ତଙ୍କୁ ଚକିିତ କରିଥିଲା । କେନ୍ଦ୍ର ସରକାରରେ କୃଷି ବିଭାଗ ବଜେଟ ବିଷୟରେ ଅବଗତ କରିଥିଲେ । କୃଷି ବିଭାଗର କାର୍ଯ୍ୟକ୍ରମରେ କୃଷକ ମାନେ ଅଧିକ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମର ଲାଭ ଉଠାଇବା କଥା ହେଲେ ସେଠାରେ ଚାଷୀ ମାନଙ୍କ ଠାରୁ କୃଷି ବିଭାଗ ଅଧିକାରୀଙ୍କ ସଙ୍ଖା ଅଧିକ ରହିଥିଲା । ସରକାର ଏହି କାର୍ଯ୍ୟକ୍ରମ କୃଷକ ମାନଙ୍କ ସଚେତନତା ତଥା କୃଷକ ମାନେ କିଭଲି ଭାବରେ ସରକାରୀ ଯୋଜନା ବିଷୟରେ ଅବଗତ ହୋଇ ତାହାର ସୁଫଲ ପାଇ ପାରିବେ ସେଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ କରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ବିଭାଗୀୟ ଅଧିକାରୀ କିଭଲି କାର୍ଯ୍ୟ କରୁଛନ୍ତି ଓ ଚାଷୀ ମାନଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରୁଛନ୍ତି ଏଥିରୁ ଜଣା ପଡୁଛି ବୋଲି କହି ବିଭାଗୀୟ ଅଧିକାରୀଙ୍କ ଉପରେ ବିଗିଡିଥିଲେ ସାଂସଦ । ଆହୁରୀ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ପାଇକମାଲ ଅଂଚଳରେ ଗୋଟିଏ ପାୱାରଟିଲର ଏଜେନ୍ସି ଲୋକା ମାନଙ୍କ ନାମରେ ପାୱାରଟିଲର ଲୋନ କରିଥିଲା , ହେଲେ ଲୋକ ମାନେ ଅବଗତ ନ ଥିଲେ । ସରକାରଙ୍କ ସବସିଡି ଟଙ୍କା ଚାଷୀଙ୍କ ଖାତାକୁ ଆସିବା ପରେ ଚାଷୀ ଅବଗତ ହୋଇ ଥିଲେ ଓ ସାଂସଦ ହସ୍ତରେ କରିବା ପରେ ପୁଣି ପାୱାରଟିଲର ନେଇଥିଲେ ବୋଲି ସେ କହିଛନ୍ତି ।

ଯାହାକି ପାୱାରଟିଲର ଏଜେନ୍ସି ସରକାରଙ୍କ ଟଙ୍କା ଆତ୍ମସାତ କରିବା ପାଇଁ ଚେଷ୍ଟା କରୁଥିବା ସେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି । ସାଂସଦ କୃଷି ବିଭାଗ ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ସହ ମିଶି କାମ କରିବା ଓ ସରକାରୀ ଯୋଜନାରେ ଦଲାଲ ରାଜକୁ ବନ୍ଦ କରିବାକୁ ତାଗିଦ କରିଥିଲେ । ତେବେ ଚାଷୀଙ୍କ ସରକାରୀ କାର୍ଯ୍ୟକ୍ରମରେ ଚାଷୀ ନ ଆସିବା କୃଷି ବିଭାଗର ଅଧିକାରୀ ମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ସରକାର କାର୍ଯ୍ୟକ୍ରମ ବିଷୟରେ ଅବଗତ ଥିଲେ ନା ନାହିଁ ? ଉପଖଣ୍ଡ ସ୍ତରୀୟ କାଯ୍ୟକ୍ରମରେ ଛଅ ଗୋଟି ବ୍ଲକର ଚାଷୀ ଉପସ୍ଥିତ ହେବା କଥା ହେଲେ କିଛି ହାତ ଗଣତି ଚାଷୀଙ୍କୁ ଉପସ୍ଥିତ ଥିବା କୃଷି ବିଭାଗର କାର୍ଯ୍ୟକ୍ରମ ଉପରେ ଉଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

error: Content is protected !!