Sunday, November 24, 2024
spot_imgspot_imgspot_img
Homeରାଜ୍ୟଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଭଙ୍ଗା ଷ୍ଟେଚର ଓ ହୁଇଲ ଚେୟାର ଭରସା ।

ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଭଙ୍ଗା ଷ୍ଟେଚର ଓ ହୁଇଲ ଚେୟାର ଭରସା ।

କୁଚିଣ୍ଡା(ତପନ ଦାଶ)- କୋଟି କୋଟି ଟଙ୍କାରେ ନୂଆ କୋଠା ତିଆରି ହୋଇଛି । ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଚାମ୍ବରକୁ ଯିବା ପାଇଁ ଲିଫ୍ଟ ମଧ୍ଯ ଲାଗିଛି । ହେଲେ ଗୁରୁତର ରୋଗୀ ବା ଭିନ୍ନକ୍ଷମ ରୋଗୀଙ୍କୁ ଭରସା ଭଙ୍ଗା ଷ୍ଟେଚର । ବାରମ୍ବାର କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି ।

ଜଣେ ଡାକ୍ତରଙ୍କୁ ଅନୁକମ୍ପା ଦେଖାଇ ଆଉ ସବୁ ଭୁଲି ଯାଇଛନ୍ତି ମୁଖ୍ୟ ଅଧିକାରୀ । ରାମବାଇ ଉଦ୍ୟାନରେ ମଧ୍ୟ ଖାଲି ଘାସ ଛଡା ଆଉ କିଛିନାହିଁ , କୁଆଡେ ଯାଉଛି ସରକାରୀ ଅନୁଦାନ । ଗତକାଲି ଫାଶୀମାଲରୁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରୁ ଏମର୍ଜେନ୍ସିକୁ ନେବାପାଇଁ ନାକେଦମ ହେବାକୁ ପଡିଥିଲା ।

ପାଖରେ ଥିବା ତିନି ଚାରି ଟି ଷ୍ଟେଚର ଅତି ଦୟନୀୟ ଅବସ୍ଥାରେ ଥିବାରୁ ସେଥିରେ ରୋଗୀଙ୍କୁ ନେବା ସମ୍ଭବ ହେଲା ନାହିଁ । ବହୁତ କଷ୍ଟରେ ତାଙ୍କୁ ଭର୍ତି କରାଗଲା । ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ବଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଉପେକ୍ଷା କାହିଁକି କରାଯାଉଛି ? ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ରୋଗୀ ଆସୁଥିବା ବେଳେ ଭଲ ଷ୍ଟେଚର ପାଇଁ କାହିଁକି ଧ୍ୟାନ ଦେଉନାହାନ୍ତି ଅଧିକାରୀ।

ଏବେ ପାର୍ବଣ ଋତୁ ସେଥିପାଇଁ ଅଧିକ ସଜାଗ ରହି ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ହେଉଛି ମୂଳଲକ୍ଷ । କିନ୍ତୁ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଦିନକୁ ଦିନ ଅଭିଯୋଗ ପରେ ଅଭିଯୋଗର ଲମ୍ବା ଫର୍ଦ ଯୋଡିହେବାରେ ଲାଗିଥିବା ବେଳେ ସବୁକିଛି ସରକାରୀ ଅନୁଦାନ ଥାଇ ବି ନିଜର ଗାରିମା ହରାଇବାରେ ଲାଗିଛି ଡାକ୍ତରଖାନା । ତେଣୁ ବିଭାଗୀୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସେକ୍ରେଟାରୀ ଏ ବିଷୟରେ ଗୁରୁତର ସହିତ ତଦନ୍ତ ପୂର୍ବକ ଧ୍ୟାନ ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

error: Content is protected !!