Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଉଦଘାଟିତ ହୋଇଯାଇଛି ନୁଆଁପାଲି ଗ୍ରାମର ୧୭୫ ତମ ରାହାସ ଉତ୍ସବ।

ଉଦଘାଟିତ ହୋଇଯାଇଛି ନୁଆଁପାଲି ଗ୍ରାମର ୧୭୫ ତମ ରାହାସ ଉତ୍ସବ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସରଧାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୁଆଁପାଲି ଗ୍ରାମରେ ହେବାକୁ ଯାଉଥିବା ୧୭୫ ତମ ରାହାସ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,କଳାକାର ସଂଘ ସଭାପତି ରଞ୍ଜନ କୁମାର ପଣ୍ଡା,ସମିତି ସଭ୍ୟ ଦେବେନ୍ଦ୍ର ଯୋଷୀ,ସମାଜସେବୀ ପରଦେଶୀ ପଧାନ ପ୍ରମୁଖ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ କଂସ ଦରବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ପ୍ରଥମ ଦିବସରେ କଂସର ସିଂହାସନ ଆରୋହଣ,ଦେବକୀ ବସୁଦେବ ବିବାହ, ଷଢ଼ପୁତ୍ର ନାଶ,କୃଷ୍ଣ ଜନ୍ମ,କୃଷ୍ଣଙ୍କୁ ନେଇ ବସୁଦେବ ଗୋପପୁରରେ ରଖିବା,ବିଜୁଳି କନ୍ୟାର ଶୂନ୍ୟବାଣୀ,ପୂତନା ପ୍ରେରଣ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ରାହାସ ଉତ୍ସବ ଯାତ୍ରା କମିଟି ସଭାପତି ହେମନ୍ତ ପାତ୍ର ସମ୍ପାଦକ କୁମୁଦ ପାତ୍ର, କୋଷାଧ୍ୟକ୍ଷ ଧିରେନ ସାହୁ,ଗ୍ରାମର ଗୌନ୍ତିଆ କୃଷ୍ଣ ଲାଲ ମହଲା,ସଦସ୍ୟ ବସୁଦେବ ପାତ୍ର,କୀର୍ତ୍ତନ ସାହୁ,ଭୀମ ଭୋଇ,ଯାଦବ ପାତ୍ର,ସମାଜସେବୀ ପରଦେଶୀ ପଧାନ ପ୍ରମୁଖ ଯାତ୍ରାର ଦାୟିତ୍ଵ ନେଇଥିବା ବେଳେ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ସହଯୋଗରେ ଏହି ଯାତ୍ରା ଆଜି ୧୭୫ ବର୍ଷରେ ପଦାର୍ପଣ କରିଛି ।

ଶ୍ରୀଯୁକ୍ତ ବିଜୟ କୁମାର ଦେବତା ଏଠାରେ ୧୫ ବର୍ଷ ହେବ କଂସ ଭୂମିକାରେ ଅଭିନୟ କରି ଆସୁଛନ୍ତି । ଏ ବର୍ଷ ରାହାସ ଉତ୍ସବ ବେଶ୍ ଜମିବ ବୋଲି ଦର୍ଶକ ମାନେ ଆଶାବ୍ୟକ୍ତ କରିଥିବା ବେଳେ କମିଟି ତରଫରୁ ଦଣ୍ଡ ,ଅପେରା,ମିନାବଜାର ଏବଂ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଅଛି । ଏହି ଉତ୍ସବ ନଭେମ୍ବର ୧୧ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ।

error: Content is protected !!