Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଉଚ୍ଛେଦ ହେଲା ମୁକ୍ତା ଯୋଜନାର ଲକ୍ଷାଧିକ ଟଙ୍କାର ଭେଣ୍ଡିଂଜୋନ:କାହା ପକେଟରୁ ଭରଣା ହେବ ସରକାରୀ ଟଙ୍କା...

ଉଚ୍ଛେଦ ହେଲା ମୁକ୍ତା ଯୋଜନାର ଲକ୍ଷାଧିକ ଟଙ୍କାର ଭେଣ୍ଡିଂଜୋନ:କାହା ପକେଟରୁ ଭରଣା ହେବ ସରକାରୀ ଟଙ୍କା ??

ପଦ୍ମପୁର – ଭେଉଁରିଆ ଛକ ଠାରୁ ପାଟଣାଗଡ ରାସ୍ତାର ଜବରଦଖଲ ଉଚ୍ଛେଦ ହୋଇଥିଲା ।ଏହି ଉଚ୍ଚେଦ ରେ ଗତ ୨୦୨୧-୨୨ ବର୍ଷରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଯୋଜନା (ମୁକ୍ତା )ରେ ଲକ୍ଷାଧିକ ଟଙ୍କାର ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲା । କେତେକ ଭେଣ୍ଡିଂ ଗୃହ ଉଠାଦୋକାନୀଙ୍କୁ ଆବଣ୍ଟିତ ହୋଇଥିବା ବେଳେ ଅନେକ ଖାଲି ପଡିଥିଲା ।

ପ୍ରଶାସନ ପକ୍ଷରୁ ଉଚ୍ଛେଦ ବେଲେ ଏହା ମଧ୍ୟ ଉଚ୍ଛେଦ ହୋଇଛି ।ତେବେ ଏନଏସି ବିନା କିଛି ପ୍ଳାନିଙ୍ଗ କିମ୍ବା କାଗଜପତ୍ର ନକରି ଏହା ନିର୍ମାଣ କରିଥିଲା । ସେତେବେଳେ କାଉନସିଲର ଚିନ୍ମୟ ପଣ୍ଡା ଏ ନେଇ ଆପତ୍ତି ଉଠାଇଥିଲେ ମଧ୍ୟ ତତ୍କାଳୀନ ନିର୍ବାହୀ ଅଧିକାରୀ ଗୁରୁତ୍ୱ ଦେଇନଥିଲେ ।

ତେବେ ଜନସାଧାରଣଙ୍କ ଟିକସ ଟଙ୍କା ରେ ଏନଏସି ର ଲକ୍ଷାଧିକ ଟଙ୍କା ବରବାଦ୍ ହେବା ନେଇ ସଂପୃକ୍ତ ଅଧିକାରୀ ବିରୋଧ ରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କାଉନସିଲର ପଣ୍ଡା ଦାବି କରିଛନ୍ତି ।

error: Content is protected !!