Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଇଣ୍ଡିଆ ବୁକ୍ ଅଫ ରେକର୍ଡସ ସମ୍ମାନରେ ସମ୍ମାନିତ ହେଲେ ଯୁବ କଳାକାର ଆଶୀର୍ବାଦ ମହାନ୍ତି ।

ଇଣ୍ଡିଆ ବୁକ୍ ଅଫ ରେକର୍ଡସ ସମ୍ମାନରେ ସମ୍ମାନିତ ହେଲେ ଯୁବ କଳାକାର ଆଶୀର୍ବାଦ ମହାନ୍ତି ।

କୁଚିଣ୍ଡା(ତପନ ଦାଶ)-କୁଚିଣ୍ଡା ଅଞ୍ଚଳ ନିବାସୀ ଉଦୀୟମାନ ଯୁବ କଳାକାର ଶ୍ରୀଯୁକ୍ତ ଆଶୀର୍ବାଦ ମହାନ୍ତି ନିଜ ଅଞ୍ଚଳ ପାଇଁ ଏକ ଗୌରବ ସାଉଁଟି ଆଣିଛନ୍ତି। ଇଣ୍ଡିଆ ବୁକ୍ ଅଫ ରେକର୍ଡସ (IBR)ରେ ଷୋହଳ-ସତର ବର୍ଷ ବୟସରେ ଭାରତରେ କନିଷ୍ଠ ସଂଗୀତ ରଚୟିତା ଓ ଶବ୍ଦ କଳ୍ପନାକାର ଭାବରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏଥି ସହିତ ସେ ତିନୋଟି ଭାଷାରେ ପାଞ୍ଚୋଟି ଗୀତ ମଧ୍ଯ ନିଜ ରଚନାର ଗାନ କରିଛନ୍ତି ।ଏଥି ପୂର୍ବରୁ ୨୦୨୩-୨୪ କଳା ଉତ୍ସବରେ ଲୋକଗୀତ ଗାନ କରି ସର୍ବ ଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ପ୍ରଶଂସିତ ହୋଇଥିଲେ।

ପରୀକ୍ଷାପେ ଚର୍ଚ୍ଚା ‘ ରେ ପ୍ରଧାନ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ବାର୍ତ୍ତାଳାପ କରିବାର ସୁଯୋଗ ପାଇଥିଲେ।ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ ରେ ତାଙ୍କ ନାମ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି ।ସେ କୁଚିଣ୍ଡା ଅଞ୍ଚଳର ଶ୍ରୀଯୁକ୍ତ ପୂର୍ଣ୍ଣେନ୍ଦୁ ମହାନ୍ତି (ବାବୁନୀ) ଓ ଶ୍ରୀମତୀ ସଞ୍ଜୁଶ୍ରୀ ସାହୁଙ୍କର ଏକମାତ୍ର ସୁପୁତ୍ର ଅଟନ୍ତି।

error: Content is protected !!