Saturday, March 7, 2026
Homeରାଜ୍ୟଆହତ ବାଇକ ଆରୋହିଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଦେବାଶିଷ ଓ ଶିବାଶିଷ ।

ଆହତ ବାଇକ ଆରୋହିଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଦେବାଶିଷ ଓ ଶିବାଶିଷ ।

ପଦ୍ମପୁର-ମଙ୍ଗଳବାର ଦିନ ୧.୪୫ ମିନିଟ ସମୟରେ ସ୍ଥାନୀୟ ଏଲ.ଏନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ଥାରେ ପଡିରହିଥିଲେ । ଆହତ ବ୍ୟକ୍ତି ସାରସମାଲର ତଥା ପଦ୍ମପୁର ତହସିଲଦାରଙ୍କ ଡ୍ରାଇଭର ବୋଲି ସୂଚନା ପ୍ରାପ୍ତ । ଠିକ ସେତିକି ବେଳେ ଦେବାଶିଷ ପଟ୍ଟନାୟକ ଓ ଶିବାଶିଷ ପଟ୍ଟନାୟକ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଦେଖି ଅଟକି ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ବାଇକ ଆରୋହୀଙ୍କୁ କାଳବିଳମ୍ବ ନ କରି ନିଜ ସ୍କୁଟି ରେ ବସାଇ ଦୁଇ ଭାଇ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡିଉଟିରେ ଥିବା ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇ ଆହତ ବ୍ୟକ୍ତିଙ୍କ ଉଚ୍ଚତର ଚିକିତ୍ସା ପାଇଁ ଅନୁରୋଧ କରିଥିଲେ । ଦୁଇ ଭାଇ ଦେବାଶିଷ ଓ ଶିବାଶିଷଙ୍କ ଏହି ମହତ ଉଦ୍ୟମକୁ ଅଂଚଳବାସୀ ବେଶ ପ୍ରସଂଶା କରିଛନ୍ତି ।

error: Content is protected !!