Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଆସିଛେ ଆମର ନୂଆଁଖାଇ ।

ଆସିଛେ ଆମର ନୂଆଁଖାଇ ।

ଗହ ଗହ ହୋଇ ଗହକି ଯାଉଛେ
ମହ ମହ ହୋଇ ମହକି ଯାଉଛେ
ଆସିଛେ ନୂଆଁଖାଇ
ଭାଵ ସର ସର ଭୁଦୋ ମାସେ
କୁରେ ପତର ମହ ମହ ବାସେ
ଭାବର ବାର୍ତ୍ତା ନେଇ ।।

ଲିପା ପୁଛା ଘରଦ୍ୱାର ହେଲାନ
ଭୁଗଲି ଟୁପ୍ଲି ଧୁଆ ଧୋଇ ସରଲା ନ
ମନେ ଉଛୁନାକୀ ଭରି କରି
ଚାଷୀ ଯାଉଛେ ବଜାର କରି
ନୂଆଁ ପିନ୍ଧନ ପଟା ଆନି କରି
ଆସିଛେ ଆମର ନୂଆଁ ଖାଇ

ଉସତ ଆନନ୍ଦ ଚାରିଆଡେ
ଦୁଲକି ଯାଉଛେ ଗାଁ ଦାଣ୍ଡେ
ପହେଲା କେଣ୍ଡା  ସମଲେଇ କେ
ଅର୍ପି ଦେମା ଖୁସିର ମାଡ଼େ
ପିଠା ମଡ଼ା ଖିରି ଧରିକରି
ଆସିଛେ ଆମର ନୂଆଁ ଖାଇ

ଗୁଟେ ଠାନେ ବସି କରି
ନୂଆଁ ଚରା ଧରି କରି
ମା ବୁଆ ଭାଇ କକା କାକି
ଦଦା  ବହୁ ନାନୀ କେ ଡାକିକରି
ପୁତୁରା ଝିଆରୀ ନାତି ନାତେନ
ଖାଏମା ବସି କେଡେ ଅଏନ
ଉସତ ଆନନ୍ଦ ଧରିକରି ହୋଇ
ଆସିଛେ ଆମର ନୂଆଁଖାଇ

ବରଷକେ ଥରେ ଜୋଟ ଜାଟ
ନୂଆଁଖାଇର ଉଧେ ଭେଟ ଘାଟ
ଯିଏ ଯେନୁ ଥିସି ଭାଇ
ନୂଆଁଖାଇ କେ ଆଏସି ଧାଇଁ
ଭୁଲି କରି ରାଗ ରିସମି
ରକତ ଡାକ୍ସି ତୋର ହେମି
ଆମେ ଗୁଟେ ମା ର୍ ଛୁଆ
କାଏ ହେଲା ଯେ ହେମା କପଟିଆ
ଭାବର ଚରା ନେଇ
ଆସିଛେ ଆମର ନୂଆଁ ଖାଇ ।

ନୂଆଁ ଖାଇ ଆମର ସିଘା ତିହାର
ମାନସୁ ଏତାକେ ବଡ଼ଖା ତିହାର
ମା ମାଏଟ ପୂଜା କରି
ଗୁରସ ରୁକସୁ  ଭକ୍ତି କରି
ଧରି ପିଠା ପନା
ଅର୍ପି ଦେଷୁ ପାହା ତଳେ
ହୋଇ କରି ସୁଖ ମନା
ପୁରୁଖ ପୁରୁଖ ପରମ୍ପରା ନେଇ
ଆସିଛେ ଆମର ନୂଆଁ ଖାଇ

ତିହାର କହେସି ଧରତୀ ମା ର୍ କଥା
ତିହାର କହେସି ଭାଇ ଚାରା ର୍ କଥା
ତିହାର କହେସି ଭାବର କଥା
ତିହାର କହେସି କୁଟୁମ୍ବର କଥା
ଆରୁ ବାର୍ତ୍ତା ଦେଶୀ ସଂସ୍କୃତି ର୍
ପରମ୍ପରା ର୍
ଇତିହାସ ର୍
ପୁରାଣ ର୍

ଆସ ଭାଇ ଆସ ସଭେ ଖାଏମା ନୂଆଁଖାଇ
ବାଜବା ମାନନ୍ଦଳ ଗର୍ଜି ଘୁମୁରି
ନାଚମା ଥେଇ ଥେଇ
ଆସିଛେ ନୂଆଁ ଖାଇ
ଆସିଛେ ଆମର ନୂଆଁ ଖାଇ

ସ୍ଵର୍ଣକାନ୍ତି ପତି
ପଦ୍ମପୁର
ବରଗଡ଼

error: Content is protected !!