ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ପିଠା ପୋଟଳ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଢେମସା ଠାରେ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆ ର ସି ସିକିଚକ ସୁନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ କ୍ଲଷ୍ଟର ର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦାୟିତ୍ବରେ ଥୁବା ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।
ଶ୍ରେଣୀ ଶିକ୍ଷାଦାନ ପଦ୍ଧତି ରେ ପରିବର୍ତ୍ତନ ଆଣି ପିଲାଙ୍କର ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା, ଏହି ବୈଠକର ଉଦ୍ଦେଶ୍ୟ ରହିଥିଲା ।ମୌଳିକ ସାକ୍ଷରତା ଓ ସୁରକ୍ଷା, ମୋ ସ୍କୁଲ ପୋର୍ଟାଲ, ଟ୍ରାକିଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ସଂଖ୍ୟାଜ୍ଞାନ, ପାଠ ଯୋଜନା, ବିଦ୍ୟାଳୟ ନିରାପତ୍ତା, ଗୋପନୀୟତା ,ଅନଲାଇନ୍ ସାଇବର ଠକେଇ ଜନିତ ସତର୍କତା , ଅନଲାଇନ୍ ରେ ଅର୍ଥ କାରବାର , ଆଦି ଉପରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଗଣିତ କାଲିକା ଆନ୍ଦୋଳନ ସାମଗ୍ରୀର ବ୍ୟବହାର କରି ପିଲାଙ୍କୁ ଗଣିତ ଶିକ୍ଷା ଦିଆଯିବ ବୋଲି ୧୯ ଟି ଉପକରଣ ରହିଅଛି ।
ତୃତୀୟ ଶ୍ରେଣୀ ପାଇଁ ” କହିବା ଆଗରୁ କରିବା ” ଶିକ୍ଷକ nkar ଆଦର୍ଶ ପଠନ, ପିଲାଙ୍କ ମାର୍ଗଦର୍ଶି ପଠନ ଓ ସ୍ବାଧିନ ପଠନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ଥିଲା ।ବିଭିନ୍ନ ଶିକ୍ଷଣ ସାମଗ୍ରୀ ର ପ୍ରୟୋଗ ରେ ପିଲାଙ୍କୁ ପଢାଇବା ପାଇଁ କୁହାଯାଇଥିଲା । ଶିକ୍ଷକ ମଣ୍ଡଳ ବୁଡ଼େକ ,ଜଗଦୀଶ ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ବେହେରା , ଶିକ୍ଷୟିତ୍ରୀ ଗୀତାଞ୍ଜଳି ବିଶ୍ଵାଳ, ଯୋଗେଶ୍ଵରି ଡନସନା , ତନୁଜା ଭୁଏ ,ପିଙ୍କି ଛତର ,ନୀଳାଦ୍ରି ଭୂ ଏ , ଯଜ୍ଞସିନି ମେହେର , ପ୍ରମୁଖ ଙ୍କ ସମେତ ୧୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ଶ୍ରୀ ବୁଡେକ ଧନ୍ୟବାଦ୍ ଅର୍ପଣ କରିଥିଲେ ।