Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ଏକତା ଶିବିର ।

ଆନ୍ଧ୍ରପ୍ରଦେଶରେ ରାଷ୍ଟ୍ରୀୟ ଏକତା ଶିବିର ।

ନୂଆପଡ଼ା – କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାର ଓ ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟ ହାଇଦ୍ରାବାଦର ସହଭାଗିତାରେ ୱାଇ ଏନ୍ କଲେଜ ନରସାପୁର ଆନ୍ଧ୍ରପ୍ରଦେଶ ଦ୍ଵାରା ଆୟୋଜିତ ସାତ ଦିନିଆ ରାଷ୍ଟ୍ରୀୟ ଏକତା ଶିବିର ଉଦଘାଟିତ ହୋଇଯାଇଛି।ଆଦି କବି ନନନ୍ୟା ବିଶ୍ଵବିଦ୍ୟାଳୟ ରାଜମଣ୍ଡିର କୁଳପତି ପ୍ରଫେସର ୱାଇ ଶ୍ରୀନିବାସ ରାଓ ଶିବିରକୁ ଉଦଘାଟନ କରିଥିବାବେଳେ ଅଧ୍ୟକ୍ଷ ଡଃ ସି ଏଚ୍ କନକ ରାଓ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ୍ ଏସ ଏସ ହାଇଦ୍ରାବାଦର ଡ ୟମ ରାମ କ୍ରୀଷ୍ଣା ଓ କାର୍ଯ୍ୟକ୍ରମ ସଂଯୋଜକ ପି ଭେଙ୍କଟେଶ୍ୱର୍ ରାଓ ଯୋଗଦାନ କରିଥିଲେ ।

ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ୍ ଏସ ଏସ ଭୁବନେଶ୍ୱରରନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲଙ୍କ ଦ୍ଵାରା ମନୋନୀତ ନୂଆପଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର ଅଧ୍ୟାପକ ଡଃ କିଶୋର କୁମାର କର୍ଣ୍ଣ ଙ୍କ ସହ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ କଳାହାଣ୍ଡିରୁ ୧୦ ଜଣ ସ୍ୱେଚ୍ଛା ସେବୀ ଓଡ଼ିଶା ରାଜ୍ୟରୁ ପ୍ରତିନିଧିତ୍ଵ କରୁଛନ୍ତି ଶିବିରରେ ।ସମଗ୍ର ଭାରତ ବର୍ଷରୁ ୧୪ ଗୋଟି ରାଜ୍ୟ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ବିଭିନ୍ନ ବିଷୟରେ ବିଭିନ୍ନ ଦିବସରେ ତର୍କ ମୂଳକ ଆଲୋଚନା ସମେତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

କାର୍ଯ୍ୟକ୍ରମରେ ନୃତ୍ୟ ପ୍ରତିଯୋଗିତାରେ ଭାରତ ସ୍ତରରେ ଓଡ଼ିଆ ତୃତୀୟ ସ୍ଥାନ ଅଧିକାର କରିଛି ।ବିଭିନ୍ନ ରାଜ୍ୟରୁ ମୋଟ ୨୦୦ ଜଣ ମନୋନୀତ ସ୍ବେଚ୍ଛାସେବୀ ଏବଂ ବିଭିନ୍ନ ରାଜ୍ୟର କାର୍ଯ୍ୟକ୍ରମ ଅଧିକାରୀମାନେ ଏହି ଏକତା ଶିବିରରେ ଯୋଗଦାନ କରିଛନ୍ତି ।ନୂଆପଡ଼ା ଜିଲ୍ଲା ପାହାଡ ଜଙ୍ଗଲଘେରା ଉପାନ୍ତ ଅଞ୍ଚଳ,ବହୁ ଚର୍ଚ୍ଚିତ ମାଓ ପ୍ରବଣ ଅଞ୍ଚଳ ତଥା ପବିତ୍ର ତୀର୍ଥ ପୀଠ ପାତାଲଗଙ୍ଗା ଅଞ୍ଚଳର ବୋଡ଼େନ ବ୍ଲକର ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ବେବି ପାଣ୍ଡେ ମଧ୍ୟ ଏଇଥିରେ ଯୋଗଦାନ କରି ତାଙ୍କର ବିଭିନ୍ନ କଳା ଉଦାହରଣ ସ୍ୱରୂପ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନମୁଗ୍ଧ କରି ପାରିଛନ୍ତି ଏବଂ ତାଙ୍କର ଏହି ପ୍ରଦର୍ଶନ ପ୍ରତି ବୋଡ଼େନ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ଵାରଶନିଙ୍କ କୃପା ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

error: Content is protected !!