Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଆନ୍ତର୍ଜାତୀୟ ମହିଳା ଦିବସ ।

ଆନ୍ତର୍ଜାତୀୟ ମହିଳା ଦିବସ ।

ସୃଷ୍ଟିର ଆଦିରୁ ତୁମେ ଅଛ
ଜୀବନର ଶାନ୍ତ ସଙ୍ଗୀତ ହୋଇ
ପୃଥିବୀର ପ୍ରତିଟି ସ୍ୱପ୍ନରେ
ତୁମ ଆଶାର ଦୀପ ଜଳିଥାଏ ନିରନ୍ତର
ମା’ ହୋଇ ତୁମେ ଦିଅ….
ମମତାର ଅସୀମ ସାଗର
ଭଉଣୀ ହୋଇ ବାଣ୍ଟ …..
ହସର ପସରା ମାଳା
ସହଧର୍ମିଣୀ ହୋଇ ଜଳାଅ…
ଜୀବନ ପଥରେ ଆଶାର ଆଲୋକ ।।

ତୁମ ଆଖିରେ ଥାଏ ସହସ୍ର ସ୍ୱପ୍ନ
ତୁମ ହୃଦୟରେ ଅଛି ସମୁଦ୍ରର ସହିଷ୍ଣୁତା
ବିପଦ ଆସିଲେ ମଧ୍ୟ ତୁମେ
ପାହାଡ଼ ପରି ଦୃଢ଼ ହୋଇ ଠିଆହୁଅ
କେବେ ଘରର ଦୀପଶିଖା
କେବେ ସମାଜର ପ୍ରେରଣା
ତୁମ ପଦଚିହ୍ନ ଦେଖି
ନୂଆ ଦିଗ ଖୋଜେ ଏ ସାରା ଦୁନିଆ ।।

ଅନ୍ୟାୟ ଯେତେ ଆସୁ ତୁମ ସାମ୍ନାରେ
ତୁମେ ହାର୍ ମାନ ନାହିଁ
ଅନ୍ଧାର ରାତିରେ ମଧ୍ୟ
ତୁମେ ସୂର୍ଯ୍ୟର ଆଲୋକ ଜଗାଅ
ତୁମେ ହିଁ ସ୍ୱପ୍ନର ଅକ୍ଷର
ତୁମେ ହିଁ ସାହସର ଗୀତ
ତୁମେ ପୃଥିବୀରେ ନ ଥିଲେ
ନିରବ ହୋଇଯାଆନ୍ତା
ଜୀବନର ପ୍ରତିଟି ଉପାଦାନ ।।

ସେଇଥିପାଇଁ ଆଜିର ଏ ଦିନ
ଶ୍ରଦ୍ଧା ଓ ସମ୍ମାନର ଅର୍ପଣ
ମହିଳା ତୁମେ ଜୀବନର ଶକ୍ତି
ତୁମେ ହିଁ ଭବିଷ୍ୟତର….
ସୁନା ଆକାଶର ସୃଜନ
ଆସ ଆଜି ନେବା ସଭିଏଁ ଶପଥ
ମହିଳାଙ୍କ ସମ୍ମାନ ହେଉ ଆମର ଧର୍ମ
ତାଙ୍କ ସ୍ୱପ୍ନରେ ନ ଆସୁ କେବେ
ଅନ୍ୟାୟ ଓ ଅବହେଳାର ଅନ୍ଧକାର ଝଡ଼ ।।

ମହିଳା ତୁମେ ମାଟିର ସୁଗନ୍ଧ
ତୁମେ ଜୀବନର ନୂଆ ପ୍ରଭାତ
ତୁମ ଆଲୋକରେ ମହକୁଥାଉ
ଏ ପୃଥିବୀ, ସମସ୍ତ ଜଗତ ।।

ଡ. ପ୍ରେମାନନ୍ଦ ବେହେରା
ପଦ୍ମପୁର, ବରଗଡ

error: Content is protected !!