Saturday, April 19, 2025
spot_imgspot_imgspot_img
Homeରାଜ୍ୟଆଦିବାସୀ ମହାସଂଘ ବୀରତା ଦିବସ ପ୍ରସ୍ତୁତି ବୈଠକ ।

ଆଦିବାସୀ ମହାସଂଘ ବୀରତା ଦିବସ ପ୍ରସ୍ତୁତି ବୈଠକ ।

ବରପାଲି – ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ବିରତା ଦିବସ ଅବସରରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି। ସ୍ଥାନିୟ ଭୁଲିଆ ସମାଜ କଲ୍ୟାଣ ମଣ୍ତପ ପରିସରରେ ସହିଦ ବିର ମାଧୋ ସିଂଙ୍କ ଫାସି ଦିବସ ସ୍ମରଣରେ ସରକାରୀ ବିରତା ଦିବସ ଘୋଷଣା ଅନୁଯାୟୀ ମହାସଂଘ ପକ୍ଷରୁ ଆୟୋଜନ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ବରପାଲି ବ୍ଲକ ସଂଘ ସଭାପତି ଧର୍ମରାଜ ସିଂ ବରିହାଙ୍କ ସଭାପତିତ୍ବ ରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ମୁଖ୍ଯଅତିଥି ଭାବରେ ସଂଘ ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସହିଦ ମାଧୋ ସିଂ ଙ୍କ ଦାୟାଦ ଲୋକେଶ୍ୱର ସିଂ ବରିହା ଓ ସଂଘ ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ ଯୋଗଦାନ କରିଥିଲେ।

ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଓ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ଲକ ସଂପାଦକ ଧନେଶ୍ଵର ସିଂ ଅତିଥି ପରିଚୟ ତଥା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥିମାନେ ସହିଦ ବୀର ମାଧୋ ସିଂ ଓ ତାଙ୍କ ଚାରି ପୁତ୍ର ହଟେ ସିଂ, କୁଞଲ ସିଂ, ଐରୀ ସିଂ, ବୈରୀ ସିଂ ତଥା ଜୋଇଁ ନାରେନ୍ ସିଂଙ୍କ ଦେଶ ମାତୃକା ପ୍ରିତି, ସ୍ବାଧୀନତା ସଂଗ୍ରାମ ରେ ଇଂରେଜ ମାନଙ୍କ ବିରୁଦ୍ଧ ରେ ସଶସ୍ତ୍ର ସଂଗ୍ରାମ ମାଧ୍ୟମରେ ମାଁମାଟିର ସମ୍ମାନରେ ଦେଇଥିବା ପ୍ରାଣବଳି ଉପରେ ଆଲୋଚନା ମାନ ହୋଇଥିଲା। ଘେଁସ ରେ ଜିଲ୍ଲା ସ୍ତରୀୟ ବୀରତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ଯ ଅତିଥି ଭାବରେ ଏବଂ ଆଦିବାସୀ କଲ୍ଯାଣ ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସହ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି।

ସେହିଦିନ ସହିଦ ବୀର ମାଧୋ ସିଂ ଙ୍କ ନାମରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଘୋଷଣା କରିଥିବା ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭ ଉଦ୍ଘାଟନ କରାଯିବାକୁ ସ୍ଥିରିକୃତ ହୋଇଛି। ବହୁ ସଂଖ୍ୟକ ଆଦିବାସୀ ଯୋଗଦାନ କରିବା ପାଇଁ ବୈଠକ ରେ ସଦସ୍ଯ ମାନେ ନିଷ୍ପତ୍ତି ନେଇଥିଲେ। ସଭା ଶେଷରେ କୋଷାଧ୍ୟକ୍ଷ ବିଦେଶୀ ରାଏ ଧନ୍ୟବାଦ ଅର୍ପଣ କରିଥିଲେ। ଉପଦେଷ୍ଟା ଦୁର୍ଯ୍ୟୋଧନ ଜମିଦାର ଙ୍କ ସହ ବ୍ଲକ ସମସ୍ତ ପଞ୍ଚାୟତ ସଭାପତି, ଗ୍ରାମ ସଭାପତି ତଥା ସକ୍ରିୟ ସଦସ୍ଯ ଅଜିତ୍ ରାୟ, ଲତା ମିର୍ଦ୍ଧା, ଅଞଳୀ ମିର୍ଦ୍ଧା, ଦ୍ରୌପଦୀ ବରିହା, ଭୂମିସୁତା ବରିହା, ମିନିକେତନ ଭୁଏ, ମନବୋଧ ରାଏ,ଜନାର୍ଦ୍ଦନ ବରିହା, ଜଗଦିଶ ଭୁଏ, ପରମେଶ୍ଵର ବରିହା, ବାସୁଦେବ ଚେରକିଆ, ନାରେନ୍ ଭୁଏ, ବଲରାମ ଭୁଏ,ବୈଦନାଥ ଧରୁଆ, ଦେବଗଣ ନେଟି, କିଶୋର ଭୁଏ,ଶୁଶିଲ ମାଝୀ, ପ୍ରସନ୍ନ ଭୁଏ ପ୍ରମୁଖ ଯୋଗଦାନ କରିଥିଲେ।

error: Content is protected !!