Saturday, March 7, 2026
Homeରାଜ୍ୟଆଦର୍ଶ ଶିକ୍ଷକ ଲକ୍ଷପତି ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀ ।

ଆଦର୍ଶ ଶିକ୍ଷକ ଲକ୍ଷପତି ବିଶ୍ବାଳଙ୍କ ଶ୍ରାଦ୍ଧ ବାର୍ଷିକୀ ।

ବରପାଲି-ବରପାଲି ବ୍ଲକ ଜନ୍ମମାଟି କେବାର୍ଡ ଗ୍ରାମରେ ଲକ୍ଷପତି ବିଶ୍ୱାଲ ସ୍ମୃତି କମିଟି ପକ୍ଷରୁ ଆଦର୍ଶ ଶିକ୍ଷକ ଲକ୍ଷପତି ବିଶ୍ୱାଲଙ୍କ ୨୧ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ଡାକ୍ତର ସୁବଳ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା ।

ସମ୍ମାନିତ ଅତିଥି ଭାବରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଜିଲ୍ଲା ସଭାପତି ତେଜରାଜ ଭୋଇ, କୋଶଳୀ ନାଟ୍ୟ ମହର୍ଷି ଭଗବାନ ସାହୁ ସ୍ମୃତି କମିଟି ସମ୍ପାଦକ ମହେନ୍ଦ୍ର ମେହେର ମୁଖ୍ୟ ବକ୍ତା, ଡାକ୍ତର ଶ୍ରୀଧର ବିଶ୍ୱାଲ, ନୃତ୍ୟ ନିର୍ଦେଶକ ସାର୍ଥିକ ନାୟକ,ବିଜୟାନନ୍ଦ ସାହୁ,ଦୁର୍ଯ୍ୟୋଧନ ବାରିକ,ସଙ୍ଗୀତ ନିର୍ଦ୍ଦେଶକ ବିରେନ୍ଦ୍ର ନାଥ ନାଗ, ରୋହିତ ମହାରଣା ଓ ଗୀତିକାର ଯୁଧିଷ୍ଠିର ମେହେର ପ୍ରମୁଖ ଯୋଗ ଦେଇଥିଲେ।

ଅତିଥି ମାନେ ବିଶ୍ବାଲ ସାରଙ୍କ ଆଦର୍ଶ ନିତୀ, ଶିକ୍ଷାଦାନ, ସରଳ ଗୁଣ,ମେଳାପୀ ଓ ଛାତ୍ର ବତ୍ସଳତାକୁ ନେଇ ଆଲୋଚନା କରିଥିଲେ। ଭଗବାନ ସାହୁଙ୍କ ଧର୍ମପୁତ୍ର ସୁରେନ୍ଦ୍ରଵୀର ଭୁବନ ଭୋଇ ପ୍ରାରମ୍ଭିକ ସଙ୍ଗୀତ ଗୁରୁ ବନ୍ଦନା ଗାନ କରିଥିବା ବେଳେ ଶେଷରେ ନାଟ୍ୟଶ୍ରୀ ହର୍ଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ବିଶ୍ୱାଲ ପରିବାର ଓ କମିଟି ସଦସ୍ଯ ମାନେ ସହଯୋଗ କରିଥିଲେ l

error: Content is protected !!