Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଆଠ ରାଜ୍ୟର ରାଜଭବନ ଅଧିକାରୀଙ୍କ ପାଇଁ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସଂପର୍କିତ ଅଭିମୁଖୀକରଣ...

ଆଠ ରାଜ୍ୟର ରାଜଭବନ ଅଧିକାରୀଙ୍କ ପାଇଁ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସଂପର୍କିତ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଭୁବନେଶ୍ୱର- ଭାରତର ଉତ୍ତର-ପୂର୍ବାଚଂଳ ଆଠଟି ରାଜ୍ୟର ରାଜଭବନର ଅଧିକାରୀମାନଙ୍କ ପାଇଁ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସଂପର୍କିତ ଅଭିମୁଖୀକରଣ (ଓରିଏଟେଂସନ୍‌) କାର୍ଯ୍ୟକ୍ରମ ରାଜଭବନର ନିୟୁ ଅଭିଷେକ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ତା ୦୬.୦୯.୨୦୨୪ରିଖ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଆଶାମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର, ମିଜୋରାମ, ମେଘାଳୟ ରାଜଭବନର ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍ ରାଜପୁତ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତା ଜଣାଇବା ସହ ସ୍ୱାଗତ ଭାଷଣ ପ୍ରଦାନ କରି ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ଓରିଏଟଂସନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଏହାପରେ ନୀତି ଆୟୋଗର ଅତିରିକ୍ତ ମିଶନ୍ ନିର୍ଦ୍ଦେଶକ ଆନନ୍ଦ ଶେଖର ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଓ ପ୍ରସଙ୍ଗ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ ଓ ପାୱାର ପଏଂଟ ପ୍ରେଜେଟଂସନ ମାଧ୍ୟମରେ ବୁଝାଇଥିଲେ । ନୂଆ ଦିଲ୍ଲୀସ୍ଥିତ କାପାସିଟ ବିଲିଂଡଗ କମିଶନର ନିର୍ଦ୍ଦେଶକ ଶ୍ରୀମତୀ ନବ୍‌ନିତ୍ କୌର ଏବଂ ଆଇ.ଜି.ଓ.ଟି. (ଇଂଟିଗ୍ରେଟେଡ ଗଭର୍ଣ୍ଣମେଂଟ ଅନ୍ ଲାଇନ୍ ଟ୍ରେନିଂଗ)ର ବରିଷ୍ଠ ଉପଦେଷ୍ଟା ଶ୍ରୀମତୀ ଶୋଭନା ରାଣା କର୍ମଯୋଗୀ ଏବଂ ଇଟିଂଗ୍ରେଟେଡ ଗଭର୍ଣ୍ଣମେଂଟ ଅନ୍‌ଲାଇନ୍ ଟ୍ରେନିଂଗ୍ (IOGT) ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । କର୍ମଚାରୀମାନଙ୍କର ଦକ୍ଷତା ବିକାଶ, କାର୍ଯ୍ୟକ୍ରମ ପରିଚାଳନା ଜରିଆରେ କିପରି ବିଭିନ୍ନ କାର୍ଯ୍ୟକ୍ରମର ସଠିକ୍ କାର୍ଯ୍ୟାନ୍ନୟନ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ ।

ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଯୋଜନାର ସୁଫଳ କିପରି ପ୍ରତି ଘରେ ପହଚିଂବ, ହିତାଧିକାରୀଙ୍କ ଜୀବନସ୍ତରର ଉନ୍ନତି ହେବ ତା’ ଉପରେ ଗୁରୁତ୍ୱଆରୋପ କରାଯାଇଥିଲା । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକକ୍ଷେତ୍ର, ଭିତିଭୂମିର ବିକାଶ ତଥା ଅନ୍ୟାନ୍ୟ ମୌଳିକ ଆବଶ୍ୟକତା କ୍ଷେତ୍ରରେ ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଠିକ୍ କାର୍ଯ୍ୟକାରୀତା ସଂପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ରାଜ୍ୟର ରାଜଭବନର ବରିଷ୍ଠ ଅଧିକାରୀମାନେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ସଂପର୍କରେ ମତାମତ ଓ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ମନୀଶ ଅଗ୍ରୱାଲ ରାଜ୍ୟରେ ଚାଲିଥିବା ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସଂପକେରେ ଆଲୋକପାତ କରିଥିଲେ ।

ସପରିଶେଷରେ ଓଡ଼ିଶା ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିଂମାସୁ ନାରାୟଣ ପଟ୍ଟନାୟକ ଉଦ୍‌ଯାପନୀ ବକ୍ତବ୍ୟ ପ୍ରଦାନ କରି ଏପରି କାର୍ଯ୍ୟକ୍ରମ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ବିଶେଷ ଉପଯୋଗୀ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜଭବନ ପକ୍ଷରୁ ପ୍ରତିନିଧିମାନଙ୍କୁ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।

error: Content is protected !!