କୁଚିଣ୍ଡା(ତପନ ଦାଶ)– ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ସ୍ଥିତ ମସଜିଦ ଫାଟକ ଗେଟରେ ବାଣ ଫୁଟାଇ ଆତଙ୍କ ସୃଷ୍ଟି କରିଥିବା ସିସିଟିଭିରେ ଦୁର୍ବୁର୍ତ୍ତଙ୍କ ଉନ୍ମୁକ୍ତକାଣ୍ଡର ଭିଡିଓ ହୋଇଛି । ସରକାର ଆଲୋକର ପର୍ବ ଦୀପାବଳୀ ସମୟରେ ବାଣ ଫୁଟାଇବା ପାଇଁ ଏସଓପି ଜାରି କରିଥିଲେ, ସନ୍ଧ୍ୟା ୭ ଟାରୁ ରାତ୍ରି ୯ ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରିଥିବା ବେଳେ, ଦୁର୍ବୁର୍ତ୍ତ ମାନେ ଏହାକୁ ଖୋଲା ଖୋଲି ଉଲଂଘନ କରି ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ବେଳେ, ସହର ସ୍ଥିତ ମସଜିଦରେ ଉଦେଶ୍ୟ ମୂଳକ ଭାବେ ବାଣ ଫୁଟାଇଛଥିବା ଅଭିଯୋଗ ହୋଇଛି ।
ଯାହା ଫଳରେ ମସଜିଦର ସାମନା ଲୁହା ଗେଟ ଓ କାଠ କବାଟ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏନେଇ ମୁସଲିମ ସମ୍ପ୍ରଦାୟର ଶତାଧିକ ବ୍ୟକ୍ତି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଦୁର୍ବୁର୍ତ୍ତ ମାନଙ୍କ ବିରୁଦ୍ଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଏହି ଦାବିପତ୍ର ସମୟରେ ଏମଡି ସୟଦ ଖାନ, ଏମଡି ଅଫରୋଜ, ମୀରାଜ ଉଧୀନ ମଳିକ, ରେଯବାନ, ଅବଦୁଲ ଖାନ, ଏମଡି ଯହିଦ ଏମଡି ସଫିକ ଖାନ, ଏମଡି ଇମ୍ରାନ, ମନୁ ଖାନ, ଙ୍କ ସମେତ ଶତାଧିକ ସମ୍ପ୍ରଦାୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।