ପୁଅ ପକ୍ଷାଘାତ,ନାତି ଦଶମରୁ ପାଠ ଛାଡିଲା ।
ଦୁର୍ବୀ ସହ ପରିବାର ଚଲୁଛନ୍ତି ସରକାରୀ ସହାୟତା ପାଇଁ ନିବେଦନ ।
ପଦ୍ମପୁର-ଛୋଟ ପରିବାର ସୁଖି ପରିବାର ହେଲେ ପରମାନନ୍ଦ ଭୋଇଙ୍କ ପରିବାରରେ ଦେଖା ଦେଇଛି ବ୍ୟତିକ୍ରମ। ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଛିନ୍ଦେଇକେଲା ଗାଁରେ ପରମାନନ୍ଦ ଭୋଇ(୬୦) ପରିବାରରେ ତେଲ ଲୁଣ ଖୁସିରେ ଚଲେ ଏହି ପରିବାର। ପରିବାରରେ ପରମାନନ୍ଦ, ସ୍ତ୍ରୀ, ପୁଅ ଉତ୍ତମ(୧୮) ଓ ପରମାନନ୍ଦଙ୍କ ମା ନୃପତି ଭୋଇ(୮୦)। କିଛି ବର୍ଷ ପୂର୍ବରୁ ପକ୍ଷାଘାତ ପୀଡ଼ିତ ହୋଇ ସ୍ତ୍ରୀ ଚାଲିଗଲେ। ଏକାକୀ ରହିଲେ ପରମାନନ୍ଦ,ପୁଅ ଓ ପରମାନନ୍ଦଙ୍କ ମା ନୃପତି ଭୋଇ। ଦାରିଦ୍ର୍ୟ ପରିବାର ହେଲେ ପରମାନନ୍ଦ ନିଜ ପରିବାର ସୁଖରେ ରଖୁଥିଲା। ନିଜେ କାମଧନ୍ଦା ,ମୂଳ ଲାଗି ଯେଉଁ ଦୁଇ ପଇସା ଆସେ ସେଥିରେ ପରିବାର ଚଲୁଥିଲେ ।

ତିନି ବର୍ଷେ ପୂର୍ବେ ନିଜ ଗାଁ ଧାନମଣ୍ଡିରେ କାମ କରି ଘରକୁ ଆସିଲା ବେଳେ ଘରେ ଅସୁସ୍ଥତା ଅନୁଭବ କରି ଗୋଟିଏ ପାର୍ଶ୍ୱ ପକ୍ଷାଘାତ ମାରିଲା । ସଙ୍ଗେ ପୁଅ ଓ ଜେଜେମା ନୂଆପଡ଼ା ଡାକ୍ତରଖାନାକୁ ନେଲେ ସ୍ବାସ୍ଥ୍ୟବସ୍ଥା ସୁଧାରରୁ ନଆସିବାରୁ ବୁର୍ଲା ଡ଼ାକ୍ତରଖାନାକୁ ନେଲେ । ସେଠାରେ କିଛି ଦିନ ସ୍ବାସ୍ଥ୍ୟବସ୍ଥା ସୁଧାର ଆସିବାରୁ ଜେଜେମା ଓ ନାତି ଘରକୁ ଆଣିଲେ ହେଲେ ପରମାନନ୍ଦ ପକ୍ଷାଘାତ ଭଳ ହେଲା ନାହଁ ସେହି ଦିନଠାରୁ ସେ ଶଯ୍ୟାଶାୟୀ ହୋଇ ଘରେ ପଡି ରହିଲେ । ପରିବାର ଚଲାଇବା କଷ୍ଟକର ହୋଇପଡ଼ିଲା । ପୁଅ ମାଟ୍ରିକ ପଢି ଆଗକୁ ପଢି ପାରିଲା ନାହଁ ନିଜେ କାମଧନ୍ଦା କରି ନିଜ ବାପାକୁ ସେବା କଲା।

ଏପଟେ ନୃପତି ପରିଣତ ବୟସ ହେଲେ ବି ପୁଅ ଓ ନାତିକୁ ନିଜେ ଭତ୍ତା ପଇସା ତିନି ଜଣ ଚଲୁଛନ୍ତି। ନୃପତି ପରିଣତ ବୟସରେ ପରିବାର ଆଶା ବାଡି ସାଜିଛନ୍ତି। ହଜାର ଟଙ୍କା ଭତ୍ତା ପାଇଥିଲେ ବି ଆମେ ତିନିଜଣ କେମିତି ଚଲିବୁ ମୋ ଆଗେ ଚାଉଳ ପାଉଥିଲି ଏବେ ପାଉନାହିଁ ବୋଉ ନୃପତି ଅଭିଯୋଗ କରିଛନ୍ତି। ପୁଅ ଆଗକୁ ପଢିବାକୁ ଇଚ୍ଛା ହେଲେ ବାପା ମାଆ ଏହି ଭଳି ଅବସ୍ଥାରେ ଆଗକୁ ପଢି ପାରିଲା ନାହଁ। ଏପଟେ ପରମାନନ୍ଦ ଏପର୍ଯ୍ୟନ୍ତ ଭତ୍ତା ବା ବିକଳାଙ୍ଗ ଭତ୍ତା ପାଇନାହିଁ କି ଯଦି ଭତ୍ତା ମିଳନ୍ତା ଆମେ ଭଳରେ ଚଲିପାରିବୁ ବୋଲି କହିଛନ୍ତି।

ସ୍ତ୍ରୀଙ୍କ ନାମରେ ଘର ଖଣ୍ଡିଏ ପାଇଥିଲେ ହେଲେ ସ୍ତ୍ରୀ ରୋଗରେ ପଡିଲେ ଦଇବ ଦଉଡ଼ିରେ ପଡି ଘରବି ଏଯାଏଁ ସଂପୂର୍ଣ୍ଣ ହେଲା ନାହଁ ଯାହା ଥିଲା ଖର୍ଚ୍ଚ ହୋଇଗଲା। ପରମାନନ୍ଦଙ୍କ ଭତ୍ତା, ନୃପତି ଭୋଇଙ୍କୁ ଚାଉଳ ଓ ନାତିକୁ ପାଠ ପଢ଼ାରେ ପ୍ରଶାସନ ସହଯୋଗ କଲେ ଓ କୌଣସି ସ୍ବେଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ଏଥିପ୍ରତି ଦୃଷ୍ଟି ଦେଲେ ପରିବାର ପାଇଁଁ ଭଳ ହୁଅନ୍ତା ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି।

