ପଦ୍ମପୁର-ଭଙ୍ଗା ଦଦରା କୁଡିଆ ଦରିପାଲ ଘରେ ଖରା,ବର୍ଷା,ଓ ଶିତରେ ବିତୁଛି ଭିନ୍ନକ୍ଷମ ଗହଳ ଡନସନାଙ୍କ ଜୀବନ । ଆଧାର କାର୍ଡ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି ଗହଳ । ଗହଳଙ୍କ ପରିବାର କହିଲେ ମାତ୍ର ସେ ନିଜେ ଓ ତାଙ୍କର କେହି ନାହାନ୍ତି,ଜନ୍ମ ରୁ ଦିବ୍ୟାଙ୍ଗ ଓ ଅବିବାହିତା ।

ଏ ବିଷୟରେ ସୂଚନା ପାଇ ପଦ୍ମପୁର ଅଞ୍ଚଳର ଜଣେ ଜଣଶୁଣା ସମାଜସେବୀ ଚନ୍ଦନ ବଂଶଳ ଦେବଦୂତ ସାଜି ଗହଳଙ୍କ ଆଧାର କାର୍ଡ କିପରି ହୋଇପାରିବ ସେଥିପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯେ ପର୍ଯ୍ୟନ୍ତ ସରକାରୀ ସୁବିଧା ନ ମିଳୁଛି ଗହଳଙ୍କୁ ନିଜ ଖର୍ଚ୍ଚରେ ଖାଇବା ଓ ଆଜବେଷ୍ଟରେ କୁଡିଆଟିଏ କରିଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ବୁବୁଡା ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ଚଳୁଥିବା ୨ ଜଣ ମହିଳାଙ୍କୁ ଭେଟି ସୁବିଧା ଅସୁବିଧା ଓ କଣ ସମସ୍ୟା ରହିଛି ସେ ବିଷୟରେ ପଚାରି ବୁଝିଥିଲେ । ସମସ୍ତ ଅସହାୟଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ ଓ ସମସ୍ତଙ୍କର ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ନିଜ ଯଥା ଶକ୍ତି ବଳରେ ସାହାଯ୍ୟ କରିବି ବୋଲି ପ୍ରତିଶ୍ରୁତି ହେଇଛନ୍ତି । ଶ୍ରୀଯୁକ୍ତ ବଂଶଳଙ୍କ ଏହି ମହାନ କାର୍ଯ୍ୟପାଇଁ ବୁବୁଡା ଗ୍ରାମବାସୀ ଉଚ୍ଚ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

