Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅମଲିପାଲି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ।

ଅମଲିପାଲି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ପାହାଡ଼ଶ୍ରୀଗିଡା କ୍ଲଷ୍ଟର ଅନ୍ତର୍ଗତ ଅମଲିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କର୍ଣ୍ଣ ପ୍ରଧାନ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରବିଣା ସୁନା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଅଶୋକ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବଦ୍ଧନା ସଭାରେ ମୁଖ୍ୟଅତିଥି ସିଆରସିସି ଜୟଦେବ ନାଏକ ତଥା ଅନ୍ୟ ଅତିଥି ରୂପେ ସୁବାଷ ମହାନନ୍ଦ, ରମେଶ ଭୁଏ, ରବିନାରାୟଣ ଭୁଏ, ସୁଶିଲ କୁମାର ସେଠ୍, ଦୁର୍ଯୋଧନ ମାଝୀ, ବେଣୁଧର ବାରୁ, ସୌଦାମିନୀ ପ୍ରଧାନ, ଲଳିତା ପ୍ରଧାନ, ପଙ୍କଯିନି ଟପ୍, ଜସୋବନ୍ତୀ ବାରିକ, ସଂଘମିତ୍ରା ବିଶ୍ଵାଳ, ଉମାଚରଣ ସେଠ୍, ମାନସ କୁମାର ବିଶି ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଗିରିଜା ପ୍ରଧାନ, ରିତା ପଧାନ, ରଞ୍ଜିତା ଭୋଇ, ସଞ୍ଜୁ ଭୁଇ ଓ ଶିକ୍ଷକ ଗୁଣମଣି ଲୁହା, ରବୀନ୍ଦ୍ର ନାଥ ଭୋଇ, ଜିତୁ ମହାନନ୍ଦ, ରିକୁନାଥ ଦାସ, ରାକେଶ କୁମାର ଧରୁଆ, ପରିଚାଳନା ସମିତିର ସଦସ୍ୟ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହବହୁ ଗ୍ରାମବାସୀ ସଭାରେ ଉପସ୍ଥିତଥିଲେ। ସଭା ପରେ ଏକ ଶୋଭାଯାତ୍ରାରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଗ୍ରାମ ପରିକ୍ରମା କରାଗଲା ।

error: Content is protected !!