Saturday, March 7, 2026
Homeରାଜ୍ୟଅଭିଭାବକଙ୍କ ଏକ ଦିବସୀୟ ତାଲିମ ଶିବିର ।

ଅଭିଭାବକଙ୍କ ଏକ ଦିବସୀୟ ତାଲିମ ଶିବିର ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସରକାରୀ ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଭାବକଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ମୁଖ୍ଯ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଏନ୍ଏସି ସିଆରସିସି କିରଣ ବାଳା ତ୍ରିପାଠୀ ଓ ପ୍ରଧାନ ଶିକ୍ଷୟିତ୍ରୀ ରାଜକୁମାରୀ ଦୋରା ଯୋଗ ଦେଇ ଭିନ୍ନକ୍ଷମ ଶିଶୁମାନଙ୍କ ଉଜ୍ଜ୍ବଳ ଭବିଷ୍ଯତ ଗଠନରେ ଅଭିଭାବକଙ୍କ ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ।

ଏହି ଶିବିରରେ କମଳ ଲୋଚନ ପାଣିଗ୍ରାହୀ ଓ ଦିଲ୍ଲୀପ କୁମାର ଗନ୍ତାୟତ ପ୍ରମୁଖ ସାଧନ କର୍ମୀ ଭାବେ ଯୋଗ ଦେଇ ଅଭିଭାବକମାନଙ୍କୁ ଭିନ୍ନକ୍ଷମଙ୍କ ଅଧିକାର ଅଧିନିୟମ ୨୦୧୬ ଅନୁସାରେ ୨୧ ପ୍ରକାର ଭିନ୍ନକ୍ଷମକୁ ଚିହ୍ନଟକରଣ ପ୍ରକ୍ରିୟା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏଥି ସହ ଭିନ୍ନକ୍ଷମଙ୍କ ଗୃହ ଭିତ୍ତିକ ଶିକ୍ଷା ବ୍ୟବସ୍ଥା , ଘରୋଇ ପରିବେଶକୁ ଭିନ୍ନକ୍ଷମଙ୍କ ନିମନ୍ତେ ସୁବନ୍ଦୋବସ୍ତ କରାଯିବା , ଭିନ୍ନକ୍ଷମଙ୍କ ସହାୟକ ଉପକରଣର ସୁବିନିଯୋଗ ପ୍ରତି ଧ୍ୟାନ ଦେବା ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଏ ଅବସରରେ ଛତ୍ରପୁରଠାରେ ବିଶ୍ବ ଭିନ୍ନକ୍ଷମ ଦିବସରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଚାରି ଜଣ କୃତି ଭିନ୍ନକ୍ଷମ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା। ଏହି ଏକ ଦିବସୀୟ ଶିବିରକୁ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ୍ ପଣ୍ଡା ପରିଚାଳନା କରିଥିବା ବେଳେ ଏଥିରେ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ମିଟୁ କୁମାର ଗୌଡ, ଦିପକ କୁମାର ସେଠୀ, ସୁଶାନ୍ତ କୁମାର ଗୌଡ ଓ ଲକ୍ଷ୍ମଣ ସେଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

error: Content is protected !!