Saturday, March 7, 2026
Homeଅଘଟଣଅବସରପ୍ରାପ୍ତ ପଧାନ ଶିକ୍ଷକ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ।

ଅବସରପ୍ରାପ୍ତ ପଧାନ ଶିକ୍ଷକ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ।

ଗାଇସିଲେଟ-ଗାଇସିଲେଟ ବ୍ଲକ ଗନିଆପାଲି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ ୮୭ ବର୍ଷ ବୟସରେ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ପ୍ରାୟ ୨ ମାସ ହବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ହଟାତ ଆଜି ଭୋର ସମୟରେ ତାଙ୍କର ବାସଭବନରେ ପରଲୋକ ଘଟିଛି । ହୃଦୟରେ ଅମାପ ସ୍ନେହ ଶୀଳତା ମାଧ୍ୟମରେ ଶିକ୍ଷାନୁଷ୍ଠାନକୁ ସଜାଡ଼ିବା ପାଇଁ ସେ ଆନ୍ତରିକ ଉଦ୍ୟମ କରିଥିଲେ । ଅନ୍ୟମାନଙ୍କ ପାଇଁ ଉଜ୍ଜଳ ଉଦାହରଣ ହୋଇ ରହିଛନ୍ତି ଓ ରହିଥିବେ । ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ସୁବାସ, କନିଷ୍ଠ ପୁତ୍ର ସନ୍ତୋଷ ପଧାନ,ବୋହୁ,ଝିଅ ତଥା ନାତି ନାତୁଣୀ ଉପସ୍ଥିତ ଥିଲେ ।

ତାଙ୍କ ନିଧନରେ ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନମାନେ ଶେଷ ଦର୍ଶନ ପାଇଁ ତାଙ୍କ ଘର ପରିସରରେ ଲୋକାରଣ୍ୟ ହୋଇଥିଲା । ସେ ସରଳ ଧାର୍ମିକ ପରୋପକାରୀ ବ୍ୟକ୍ତି ଭାବରେ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ । ସର୍ବଦା ଗୀତା ଭାଗବତ ପୁରାଣ ପାଠରେ ଆତ୍ମ ସନ୍ତୋଷ ପ୍ରାପ୍ତ କରୁଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପାର୍ଥିବ ଶରୀରକୁ ଗାଁ ମଶାଣିରେ ଶେଷ କୃତ୍ୟ ସମାପନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ସୁବାସ ମୁଖାଗ୍ନି ଦେଇଥିବା ବେଳେ ବନ୍ଧୁ ବାନ୍ଧବ ଏବଂ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

error: Content is protected !!