Saturday, March 7, 2026
Homeଅଘଟଣଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ।

ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ।

ପଦ୍ମପୁର– ଆର୍.ଆଇ .ଅଫିସର ଅବସରପ୍ରାପ୍ତ କର୍ମଚାରୀ ତଥା କଳାମନ୍ଦିର ୟୁଥ କ୍ଲବର ବରିଷ୍ଠ ସଦସ୍ୟ ଚିନ୍ତାମଣି ମଲ୍ଲିକଙ୍କ ସୋମବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ସେ ତାଙ୍କ ପଛରେ ବିଧବା ପତ୍ନୀ, ତିନି ପୁଅ ବିଶ୍ଵନାଥ, ପଦ୍ମଲୋଚନ, ପ୍ରବୀର , ଝିଅ ପ୍ରବିଣା ମଞ୍ଜରୀ ଓ ନାତି ନାତୁଣୀଙ୍କୁ ଛାଡି ଚାଲି ଯାଇଛନ୍ତି। ମଙ୍ଗଳବାର ନିକଟସ୍ଥ ଲକ୍ଷ୍ମୀ ନାରାୟଣ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ବିଶ୍ଵନାଥ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ।

error: Content is protected !!