ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଳକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଧପଡ଼ାର ସହକାରୀ ଶିକ୍ଷକ ଶଙ୍କର ସାହୁଙ୍କୁ ଷାଠିଏ ବର୍ଷ ବୟସ ପୂର୍ଣ୍ଣ ହୋଇଥିବାରୁ ତାଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି । ସେ ପାଞ୍ଚ ଅଗଷ୍ଟ ଦୁଇ ହଜାର ଆଠ ମସିହାରେ ଗଣଶିକ୍ଷକ ଭାବରେ ଏହି ବିଦ୍ୟାଳୟରେ ଯୋଗଦାନ କରିଥିଲେ ।

ଏହି ଅବସରରେ ତାଙ୍କ ସାଥୀ ଶିକ୍ଷକ ଶିବ ପ୍ରସାଦ ପଣ୍ଡା,ତ୍ରିଲୋଚନ ଖମାରୀ,ଅସିତ୍ ବିଶି,ଧୋବା ଭୋଇ,ଜଗମୋହନ ଭୁଏ,ଅନୁତାପ ପଶାୟତ,ପ୍ରମୋଦ ମଲ୍ଲିକ,ଅତିଶ ଝାଙ୍କର,ନନ୍ଦିଘୋଷ ଭୁଏ ତାଙ୍କ ବାସ ଭବନ କାଣ୍ଡପାଲି ଗ୍ରାମକୁ ଯାଇ ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ମଧ୍ୟ ଆସି ତାଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେବା ସହ ତାଙ୍କ ପରବର୍ତ୍ତୀ ଜୀବନର ସୁଖ କାମନା କରିଥିଲେ ।

