Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅବସର ନେଲେ ସହଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରଭାତ କୁମାର ପାତ୍ର ।

ଅବସର ନେଲେ ସହଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରଭାତ କୁମାର ପାତ୍ର ।

ନୂଆପଡା(ଡୋଲେଶ୍ୱର ବାଗ)-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଆନୁକୂଲ୍ୟରେ ବ୍ଲକ ଅନ୍ତର୍ଗତ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ଶ୍ରୀଯୁକ୍ତ ପ୍ରଭାତ କୁମାର ପାତ୍ର ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ବି ଇ ଓ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ସେଠ ସଭାପତିତ୍ୱ କରିଥିବାବେଳେ ବିଶିଷ୍ଟ ଅତିଥି ଭାବରେ ବିଦାଇ ଏ ବି ଇ ଓ ଶ୍ରୀ ପ୍ରଭାତ କୁମାର ପାତ୍ର ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଏ ବି ଇ ଓ ଶ୍ରୀ ଆଦିତ୍ୟ କୁମାର ବନ୍ଦୀଛୋର ସମ୍ମାନିତ ଅତିଥି ଭାବରେ ବୋଡେ଼ନ ବି ଇ ଓ ଶ୍ରୀ ରୁଦ୍ରେଶ୍ୱର ମେହେର, ସ୍ଥାନୀୟ ଏ ବି ଇ ଓ ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଏ ବି ଇ ଓ ଶ୍ରୀ ପ୍ରଭାକର ମହାହୁତି, ଶେକ୍ସନ ଅଫିସର ଶ୍ରୀ କମଳ ଚରଣ ମାଝୀ,ସ୍ଥାନୀୟ ଉପ୍ରାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟବ୍ରତ ଗହୀର ଓ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀ ପ୍ରସନ୍ନ କୁମାର ମାଝୀ ଯୋଗ ଦେଇଥିଲେ ।ଶିକ୍ଷକ ଶ୍ରୀ ଧୀରେନ୍ଦ୍ର କୁମାର ସା ସ୍ୱାଗତ ଅଭିଭାଷଣ ଦେଇ ସମସ୍ତ ଅତିଥି ଙ୍କୁ ମଞ୍ଚ କୁ ନିମନ୍ତ୍ରଣ କରିଥିଲା ବେଳେ ସି ଆର ସି ସି ଶ୍ରୀ ମହେଶ୍ୱର ଗୁଆଳ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ।

ଅତିଥି ଗଣ ବିଦାୟୀ ଏ ବି ଇ ଓ ଙ୍କ ଦୀର୍ଘ ୩୫ ବର୍ଷ ଶିକ୍ଷକତା ଓ ୩ ବର୍ଷ ଶିକ୍ଷା ଅଧିକାରୀ ଭାବରେ ଅବସ୍ଥାନ ସମୟର କାର୍ଯ୍ୟ ନିପୁଣତା କର୍ତ୍ତବ୍ୟ ପରାୟଣତା ଓ ସେବା ସହଯୋଗ ମନୋବୃତି ସମ୍ପର୍କରେ ଗୁଣ ଗାନ କରିଥିଲେ ।ପରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ସି ଆର ସି ସି ଙ୍କ ତରଫରୁ ତାଙ୍କୁ ମାନ ପାତ୍ର ଉପ ତୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ସି ଆର ସି ସି କ୍ଷୀରସିନ୍ଧୁ ମେହେର ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଥିଲେ ଓ ପରେ ସି ଆର ସି ସି ଶୋଭାରମ ଜଗତ କ୍ଲୋଜିଂଗ ସଂଗ ଗାନ କରିଥିଲେ । ନୀଳଜି ସି ଆର ସି ସି ରାକେଶ ମିଶ୍ର ସମେତ ବ୍ଲକ ର ସମସ୍ତ ସି ଆର ସି ସି ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।

error: Content is protected !!