Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅବସର ଗ୍ରହଣ କଲେ ବରିଷ୍ଠ କିରାଣୀ ଶ୍ରୀ ବ୍ରଜରାଜ ବେହେରା ।

ଅବସର ଗ୍ରହଣ କଲେ ବରିଷ୍ଠ କିରାଣୀ ଶ୍ରୀ ବ୍ରଜରାଜ ବେହେରା ।

ପଦ୍ମପୁର – ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଇଓ ଅଫିସର ବରିଷ୍ଠ କିରାଣୀ ଶ୍ରୀ ବ୍ରଜରାଜ ବେହେରାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ବିଇଓ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀ, ଅବସରପ୍ରାପ୍ତ ଏବିଇଓ ଶ୍ରୀ ବିପିନ ମିଶ୍ର, ଏବିଇଓ ଶ୍ରୀ ଶିବପ୍ରସାଦ ଯୋଶୀ, ଶ୍ରୀ ରାମସିଂ ଭୋଇ ଶ୍ରୀ ଜୟକୁମାର ସାହୁ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ସଦାନନ୍ଦ ପୁରୋହିତ ପ୍ରମୁଖ ମଞ୍ଚାସୀନ ଥିଲେ।

ବରିଷ୍ଠ କିରାଣୀ ଶ୍ରୀ ଦିଲ୍ଲୀପ ଭୋଇ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ନେତ୍ରାନନ୍ଦ ସାହୁ ପରିଚୟ ପ୍ରଦାନ କରିଥିଲେ। ବ୍ଲକ୍ ଶିକ୍ଷାଅଧିକାରୀ ଶ୍ରୀ ଭୋଇ ରିଟାୟରମେଣ୍ଟ ବେନିଫିଟ୍ ସାର୍ଟିଫିକେଟ ସହ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ବ୍ଲକର ସମସ୍ତ ସି.ଆର.ସି.ସି ଉପସ୍ଥିତ ଥିଲେ ।

ଉପସ୍ଥିତ ଅତିଥି ମାନେ ଶ୍ରୀ ବେହେରାଙ୍କୁ ଅବସର ଜୀବନର ଶୁଭକାମନା ଜଣାଇବା ସହ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଶେଷରେ ଶ୍ରୀ ରବି ନାରୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!