ପଦ୍ମପୁର-ପଦ୍ମପୁର ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟାୟକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୈହ।ନ ଓ ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଲାଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ହୋଇ ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରିବା ସହ କାର୍ଯ୍ୟାଳୟର ଏକ ଅଂଶ ଭାବେ ସେ ସର୍ବଦା ନିଷ୍ଠାପର ଏବଂ ଶୃଙ୍ଖଳିତ ଭାବେ କାର୍ଯ୍ୟକରି ଆସିଥିବା ପ୍ରକାଶ କରିଥିଲେ ।

ପରିଶେଷରେ ଶ୍ରୀ ପଟ୍ଟନାୟକଙ୍କ ନିଜର ଦୀର୍ଘ ୩୬ବର୍ଷ ଚାକିରୀର ସମସ୍ତ ସହକର୍ମୀ ଏବଂ ପ୍ରଶାସନିକ ଅଧିକାରୀ ଧନ୍ୟବାଦ ଜଣାଇ ତାଙ୍କ ଜୀବନଯାତ୍ରା ବିଷୟରେ ବର୍ଣ୍ଣାନା କରି କର୍ମକ୍ଷେତ୍ରରେ ଏକତା ଏବଂ ସମର୍ପଣର ଗୁରୁତ୍ଵକୁ ବ୍ୟାକ୍ଷା କରିଥିଲେ । ତାଙ୍କ ଅସାଧାରଣ ସେବା ପାଇ ଅତିରିକ୍ତି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ,ଡେପୁଟି କଲେକଟର,ଉପଜିଲ୍ଲାପାଳଙ୍କ ସହାୟକ ଓ ସମସ୍ତ କର୍ମଚାରୀ ସ୍ମତି ଚିହ୍ନ ଏବଂ ଅସ୍ଥାୟୀ ପେନସନ ଅର୍ଡର ପ୍ରଦାନ କରିବା ସହ ପରବର୍ତ୍ତୀ ଜୀବନରେ ସୁଖ,ସମୃଦ୍ଧି ଏବଂ ଶାନ୍ତି କାମନା କରିଥିଲେ।




