Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳନ ।

ଅଞ୍ଚଳ ମହାବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳନ ।

ପଦ୍ମପୁର-ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅଞ୍ଚଳ ମହାବିଦ୍ୟାଳୟ ର ପଡିଆ ରେ ୭୮ତମ ସ୍ବାଧିନତା ଦିବସ ପାଳନ ଏବଂ ପତାକା ଉତ୍ତୋଳନ କରାଯାଇଛି। ଏହି ଅବସର ରେ ଶ୍ରୀ ପଣ୍ଡା ନିଜର ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ନିଜ ପ୍ରତିଭାକୁ ଚିହ୍ନି ନୈତିକ ମୂଲ୍ୟବୋଧ ଅବଲମ୍ବନ କରି ଏକ ଦୁର୍ନୀତି ମୁକ୍ତ ଏବଂ ନିଶାମୁକ୍ତ ଭାରତ ଗଠନ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହା ପରେପରେ ସତରୁପା ଛାତ୍ରୀବାସରେ ଅଧ୍ୟାପିକା ଶ୍ରୀମତୀ ଶର୍ମିଲା ପଣ୍ଡା ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା।

ଏହି ଅବସରରେ ଶ୍ରୀମତୀ ପଣ୍ଡା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ସ୍ବାଗତ ଜଣାଇଥିଲେ ଏବଂ ନିଜ ଅଭିଭାଷଣରେ ଦେଶର ପ୍ରଗତି ପାଇଁ ଛାତ୍ରଛାତ୍ରୀ ମାନଙ୍କ ଅବଦାନ ବିଷୟରେ ଗୁରୁତ୍ଵ ଦେଇଥିଲେ। ଏହା ପରେ ଛାତ୍ରାବାସ ରେ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା ଏବଂ ନିଜ ଅଭିଭାଷଣରେ ସେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଯୁବ ମାନଙ୍କ ଭୂମିକା ଏବଂ ଗଣତନ୍ତ୍ରର ସ୍ଥମ୍ବ ବିଷୟରେ ଆଲୋକପାତ କରିଥିଲେ। ଏହି ଦିସବ ଉପଲକ୍ଷେ ଏନ୍.ସି.ସି. ଟିମ ସହ ସମସ୍ତ ଛାତ୍ରଛାତ୍ରୀ ପ୍ରାଧ୍ୟାପକ, ପ୍ରଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

error: Content is protected !!