Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟରେ ସତର୍କତା ସଚେତନତା ସପ୍ତାହ ପାଳିତ ।

ଅଞ୍ଚଳ ମହାବିଦ୍ୟାଳୟରେ ସତର୍କତା ସଚେତନତା ସପ୍ତାହ ପାଳିତ ।

ପଦ୍ମପୁର- ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ବରେ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଅଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ. ସରୋଜ ନାୟକ ସମସ୍ତଙ୍କୁ ମଞ୍ଚ ଉପରକୁ ଡାକି କାର୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଡ. ବିରଞ୍ଚି ସାହୁ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଦୁର୍ନୀତି ନିବାରଣ ଉପରେ ନିଜର ମନ୍ତବ୍ୟ ଦେଇଥିଲେ। ଏହା ପରେ ପ୍ରାଧ୍ୟାପକ ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଶ୍ରୀମତୀ ଶର୍ମିଲା ପଣ୍ଡା ଦୁର୍ନୀତି ର କାରଣ ଗୁଡ଼ିକୁ ଉଲ୍ଲେଖ କରି ଉଦାହରଣ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମମତା ନାଏକ ଯୋଗ ଦେଇ ଦୁର୍ନୀତି ଅଭିଯୋଗ ର ଫଳାଫଳ କଣ ହୁଏ ତା ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ପଦ୍ମପୁର ର ସୁନାମଧନ୍ୟ ଆଡଭୋକେଟ ଶ୍ରୀ ରାମ ରତନ ପୁରୋହିତ ଯୋଗ ଦେଇ ବିଶ୍ଵ ଦୁର୍ନୀତି ଇଣ୍ଡେକ୍ସ ରେ ଭାରତ ସ୍ଥାନ ସହ ଦୁର୍ନୀତି ମୁକ୍ତ ଦେଶ ଡେନମାର୍କ କୁ ତୁଳନା କରି କିପରି ଭାରତ ବର୍ଷେ ରେ ଦୁର୍ନୀତି ଉପରେ ରୋକ ଲଗାଇ ହେବା ତାରି ଉପରେ ବିସ୍ତୀର୍ଣ୍ଣ ଭାବରେ ନିଜର ମନ୍ତବ୍ୟ ଦେଇଥିଲେ। ଏହା ପରେ ଅଧ୍ୟାପିକା ଶ୍ରୀମତୀ ବୁନି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯକ୍ରମ ରି ଏନ.ସି.ସି., ୟୁଥ୍ ରେଡ କ୍ରସ , ଓ ଏନ.ଏସ୍.ଏ. ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯକ୍ରମ ରେ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଶ୍ରୀ ଖଗେଶ୍ବର ଦାସ, ତାର ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ଡଃ ତୁଷାରକାନ୍ତ ସାହୁ, ସନ୍ତୋଷ କୁମାର ମିଶ୍ର, ସଞ୍ଜୟ ତିଗା, ଝୁନୁ ପରିଡ଼ା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

error: Content is protected !!