ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ନୂତନ ରୂପେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବା ପାଇଁ ସରକାରଙ୍କ ଦ୍ୱାରା ଅନୁମତି ପାଇଥିବା ଯୋଗୁଁ ଅଧ୍ୟକ୍ଷ ସରକାରଙ୍କୁ ମହାବିଦ୍ୟାଳୟ ତରଫରୁ ଧନ୍ୟବାଦ ଜଣାଇଥିଲେ। ଚଳିତ ବର୍ଷରୁ ଦଶଗୋଟି ସ୍ନାତକୋତ୍ତର ଶ୍ରେଣୀ ସମ୍ପର୍କିତ ବିଭିନ୍ନ ବିଷୟର ପାଠ୍ୟକ୍ରମ ଖୋଲିଛି । ଉକ୍ତ ପାଠ୍ୟକ୍ରମ ପାଇଁ ଅଧ୍ୟାପକ ପଦବୀ ପୂରଣ, ଛାତ୍ରୀ ନିବାସ,ଏକ ବଡ ସମ୍ମେଳନ ପ୍ରକୋଷ୍ଠର ଆବଶ୍ୟକତା ସହ ଅନୁଷ୍ଠାନର ଅନ୍ୟାନ୍ୟ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କ ଦୃଷ୍ଟିଗୋଚର କରିଥିଲେ।

ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ବିଶଦ ଆଲୋଚନା ହୋଇଥଲା। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଶ୍ରୀ ତାରା ପ୍ରସାଦ ଶତପଥୀ,ଶ୍ରୀମତୀ ପୂର୍ଣିମା ଦୋରା, ,ଶ୍ରୀ ପ୍ରଭାତ କୁମାର ମହାପାତ୍ର,ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ ଓ ଶ୍ରୀ ନବକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ।ପ ରିଶେଷରେ ଅଧ୍ୟାପକ ଡ଼ ସରୋଜ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥଲେ।



