ପଦ୍ମପୁର – ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ଏକୋଇଶ ନମ୍ବର ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଖଗେଶ୍ବର ଦାଶଙ୍କ ସଭାପତିତ୍ବରେ ଓଜୋନ୍ ଦିବସ ପାଳନ କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ଓଜୋନ ଦିବସର ମହତ୍ତ୍ଵ ପ୍ରତିପାଦନ କରିଥଲେ। ପ୍ରାଣୀବିଜ୍ଞାନ ଅଧ୍ୟାପକ ଡ: ସୁବୋଧ କୁମାର ତ୍ରିପାଠୀ ବାୟୁମଣ୍ଡଳର ଓଜୋନ ସ୍ତରର ଉପକାରିତା ଏଵଂ ସୂର୍ଯ୍ୟରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ୍ ରଶ୍ମିର ପ୍ରବେଶକୁ କିପରି ଏହା ପ୍ରତିରୋଧ କରେ ତାହା ବର୍ଣ୍ଣନା କରିଥଲେ। ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ୱାଇଁ ଓଜୋନ ସ୍ତରର ହ୍ରାସରୁ ରକ୍ଷା କରିବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିଥଲେ ।

ପ୍ରାଣୀ ବିଜ୍ଞାନର ପ୍ରାଧ୍ୟାପିକା ଶ୍ରୀମତୀ ତାପିନୀ ପଣ୍ଡା ଓଜୋନ ସ୍ତର ହ୍ରାସର କ୍ଷତିକାରକ ପ୍ରଭାବ, ଯେପରିକି ବିଶ୍ୱ ଉଷ୍ଣତା, ଚର୍ମ ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଶ୍ରୀମତୀ ପୂର୍ଣ୍ଣିମା ଦୋରା, ଶ୍ରୀମତୀ ଝୁନୁ ପରିଡା,ଅଧ୍ୟାପକ ଡକ୍ଟର ସରୋଜ କୁମାର ନାୟକ, ପ୍ରମୋଦ କୁମାର ପାଣିଗ୍ରାହୀ,ଡକ୍ଟର ତୁଷାରକାନ୍ତ ସାହୁ, ସଞ୍ଜୟ ଟିଗ୍ଗା ତଥା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଶ୍ରୀଯୁକ୍ତ ରବି କୁମାର ନାୟକ ଓଜୋନ ସ୍ତର ହ୍ରାସର ବୈଷୟିକ ଅଂଶ ଉପରେ ଆଲୋକପାତ କରି ଧନ୍ୟବାଦ ଅର୍ପଣ କରିଥିଲେ।



