Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟ ରେ 'ସମ୍ପ୍ରଦା ଏକ ଅଧ୍ୟୟନ' ଉପରେ ଆଲୋଚନା ଚକ୍ର ।

ଅଞ୍ଚଳ ମହାବିଦ୍ୟାଳୟ ରେ ‘ସମ୍ପ୍ରଦା ଏକ ଅଧ୍ୟୟନ’ ଉପରେ ଆଲୋଚନା ଚକ୍ର ।

ପଦ୍ମପୁର– ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା ‘ସମ୍ପ୍ରଦା ଏକ ଅଧ୍ୟୟନ ‘ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଡ. ସରୋଜ କୁମାର ନାଏକ ଏହାର ସଂଯୋଜନା କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ପଣ୍ଡା ସମସ୍ତ ଅତିଥି ତଥା ସମୀକ୍ଷକ ମାନଙ୍କୁ ସ୍ଵାଗତ କରି ନିଜର ଅଭିଭାଷଣ ଦେଇଥିଲେ।

ସମୀକ୍ଷକ ଭାବରେ ଶ୍ରୀ କେଶରଞ୍ଜନ ପ୍ରଧାନ, ଶ୍ରୀ ଅଶୋକ ବୋହିଦାର, ଶ୍ରୀ ସୁରେନ୍ଦ୍ର ସାହୁ ଓ ଶ୍ରୀ ରମେଶ କୁର୍ଲା ଯୋଗଦାନ ଦେଇ ସମ୍ପ୍ରଦା ଉପରେ ନିଜ ଅଭିଭାଷଣ ଦେଇଥିଲେ। ଛାତ୍ର କିରଣ ବାଗ ଭିତ୍ତି ପ୍ରବନ୍ଧ ପଠନ କରିଥିଲେ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ସ୍ଵ ସ୍ୱ ମନ୍ତବ୍ୟ ପ୍ରଦାନ କରିଥିଲେ। ସବ୍ୟସାଚୀ ବିଶି , ମନବୋଧ ନାଏକ ଏବଂ ତାଙ୍କ ଦଳ (ଅଭୟ ନୃସିଂହ ସମ୍ପ୍ରଦା କଳା ପରିଷଦ, ବାବେବିରା) ସମ୍ପ୍ରଦା ପ୍ରଦର୍ଶନ କରିଥିଲେ। ସଭା ଶେଷରେ ପ୍ରଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯକ୍ରମରେ ଓଡ଼ିଆ ବିଭାଗର ଶ୍ରୀ ଜୟ କୁମାର ଭୁଏ, ଶ୍ରୀମତୀ ରିନା ଧର୍ମାବିନାୟକ, ସୁଶ୍ରୀ ସୁରେଶ୍ଵରୀ ପାଣ୍ଡେ ଓ ସମସ୍ତ ଛାତ୍ରଛାତ୍ରୀ ବିଶିଷ୍ଟ ଭାବରେ ସହଯୋଗ କରିଥିଲେ। ଏହି କାଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀ ଖଗେଶ୍ବର ଦାସ, ଡ. ବିରଞ୍ଚି ସାହୁ, ତାରା ପ୍ରସାଦ ଶତପଥୀ, ନବକୃଷ୍ଣ ମିଶ୍ର, ପ୍ରମୋଦ କୁମାର ତ୍ରିପାଠୀ, ସନ୍ତୋଷ କୁମାର ମିଶ୍ର, ଡଃ ତୁଷାରକାନ୍ତ ସାହୁ, ଝୁନୁ ପରିଡ଼ା, ଶର୍ମିଲା ପଣ୍ଡା ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

error: Content is protected !!