Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟ ର ଶିକ୍ଷା ବିଭାଗରେ ଗୁରୁ ଦିବସ ପାଳିତ ।

ଅଞ୍ଚଳ ମହାବିଦ୍ୟାଳୟ ର ଶିକ୍ଷା ବିଭାଗରେ ଗୁରୁ ଦିବସ ପାଳିତ ।

ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟ ର ଶିକ୍ଷା ବିଭାଗରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଗୁରୁ ଦିବସ ପାଳିତ ହୋଇଅଛି। ଶ୍ରୀ ପଣ୍ଡା ନିଜ ଭାଷଣରେ ଗୁରୁ ଦିବସ ପାଳନ ଉପଲକ୍ଷେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ପ୍ରମୁଖ ପୁସ୍ତକ ଏବଂ ବିଚାର ଧାରା ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ ସାହୁ ନିଜ ଅଭିଭାଷଣରେ ଡଃ ରାଧାକ୍ରିଷ୍ଣନ୍ ଙ୍କ ଶିକ୍ଷା ଦର୍ଶନ ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରି ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତାକୁ ଦର୍ଶାଇଥିଲେ। ଅଧ୍ୟାପକ ଡଃ ଭେଙ୍କଟେଶ୍ୱର ମେହେର ଜାତୀୟ ଶିକ୍ଷା ନୀତି ୧୦୨୦ ଓ ଶିକ୍ଷାର୍ଥୀ ଜୀବନରେ ଗୁରୁଙ୍କ ଭୂମିକା କୁ ଉଦାହରଣ ମାଧ୍ୟମରେ ଦର୍ଶାଇଥିଲେ।

ଅଧ୍ୟାପିକା ସୁଶ୍ରୀ ସସ୍ମିତା ମେହେର ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଏକ ଉତ୍ତମ ମଣିଷ ହେବା ପାଇଁ ଉତ୍ସାହିତ କରିଥିଲେ । ସହକାରୀ ଗବେଷକ ଶ୍ରୀ କ୍ଷେତ୍ରମଣି ବରିହା ଗୁରୁଙ୍କ ମହତ୍ଵ ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯକ୍ରମ କୁ ମଞ୍ଜୁ ବଲମ୍ ପରିଚାଳନା କରିଥିଲେ । ଏହି ସଭାରେ ବୃନ୍ଦାବନ, ରୀନା, ରେଣୁକା, ପ୍ରୀତି, ଅକ୍ଷୟ, ଶାଳିନି, ଶୁଭମ୍, ଦୀପିକା, ମାମି, ରୀତୁ, ସରୋଜିନୀ ଓ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।

error: Content is protected !!