Saturday, March 7, 2026
Homeରାଜ୍ୟଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ଇନୋବେସନ୍ ଏଵଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ।

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ଇନୋବେସନ୍ ଏଵଂ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ।

ପଦ୍ମପୁର-ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଓଡ଼ିଶା ସରକାରଙ୍କ ଇନୋବେସନ୍ ଏଵଂ ଷ୍ଟାର୍ଟ ଅପ୍ ପ୍ରତିଯୋଗିତା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ଅଧ୍ୟକ୍ଷ ଶ୍ରୀ ଖଗେଶ୍ୱର ଦାଶଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର ତିନୋଟି ମୁଖ୍ୟ ବର୍ଗ ଥିଲା- ସ୍ଥାନୀୟ ସମସ୍ୟାର ସମାଧାନ, ଜୀବନଧାରଣର ସହଜତା ଏବଂ ଏକ ନୂତନ ବ୍ୟବସାୟ ପାଇଁ ଷ୍ଟାର୍ଟ-ଅପ୍।ଏହି ପ୍ରତିଯୋଗିତାରେ ମୋଟ ୨୬ ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ। ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ବିଚାରକ ଏବଂ ପରାମର୍ଶଦାତାଙ୍କ ସମ୍ମୁଖରେ ସେମାନଙ୍କର ପ୍ରକଳ୍ପଗୁଡ଼ିକୁ ଉପସ୍ଥାପନ କରିଥିଲେ।

ସି.ଏ. ଗୋବିନ୍ଦ ଅଗ୍ରୱାଲ, ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ଏବଂ ଅଧ୍ୟାପିକା ଡକ୍ଟର ମମତାମୟୀ ଗୁରୁ ବିଚାରକ ଥିଲେ। ଡକ୍ଟର ସୁବୋଧ କୁମାର ତ୍ରିପାଠୀ,ଶ୍ରୀ ଚନ୍ଦ୍ରକାନ୍ତ ସୁନା,ଡକ୍ଟର ଭେଙ୍କଟେଶ୍ୱର ମେହେର, ବ୍ରଜ କୁମ୍ଭାର ଓ ଦୟାନିଧି ବଗର୍ତ୍ତୀ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ପରାମର୍ଶଦାତା ରହିଥିଲେ। ବାଣିଜ୍ୟ ବିଭାଗ ମୁଖ୍ୟ ଶ୍ରୀ ନବକୃଷ୍ଣ ମିଶ୍ର ସମସ୍ତଙ୍କୁ ସ୍ୱାଗତ ସହ ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶ୍ରୀ ସଦାନନ୍ଦ ଭୋଇ ପ୍ରାରମ୍ଭରେ ନିର୍ଦ୍ଦେଶାବଳୀ ଉପସ୍ଥାପନ ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!