Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ।

ଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ।

ପଦ୍ମପୁର-ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଶନିବାର ଦିନ ଅଧ୍ୟକ୍ଷ ପ୍ରଫେସର୍ ଖଗେଶ୍ବର ଦାସଙ୍କ ସଭାପତିତ୍ବରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଅଛି । ପ୍ରଫେସର୍ ଦାସ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଜଣାଇବା ସହ ଶିକ୍ଷାର ମହତ୍ତ୍ଵ ଓ ଜୀବନର ମୂଲ୍ୟବୋଧ ଉପରେ ଉଦବୋଧନ ଦେଇଥିଲେ। ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଶ୍ରୀମତୀ କଳ୍ପନା ପାଢ଼ୀ,ଅଧ୍ୟାପିକା ମୋନାଲିସା ସ୍ୱାଇଁ, ଅଧ୍ୟାପକ ଶ୍ରୀ ଦୟାନିଧି ବଗର୍ତ୍ତୀ, ଡେମନଷ୍ଟ୍ରେଟର ଘନଶ୍ୟାମ ପ୍ରଧାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ। ଶେଷ ବର୍ଷ ଏବଂ ଦିତ୍ୱୀୟ ବର୍ଷ ଛାତ୍ରଛାତ୍ରୀ ମଧ୍ୟ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଥିଲେ । ସ୍ବାଗତ ସମ୍ୱର୍ଦ୍ଧନା ସହିତ ଉଦ୍ଭିଦ ବିଜ୍ଞାନର ବୃକ୍ଷ ରୋପଣ କାର୍ଯକ୍ରମ ‘ ଗ୍ରିନ୍ ଗିଫ୍ଟ- ନେଚର୍ ଫିଟ୍ ‘ ପ୍ରଫେସର୍ ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଅଛି । ଶେଷରେ ଶେଷ ବର୍ଷ ଛାତ୍ରୀ ପିଙ୍କି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!