Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟ ଇତିହାସ ବିଭାଗର ପାଠଚକ୍ର ।

ଅଞ୍ଚଳ ମହାବିଦ୍ୟାଳୟ ଇତିହାସ ବିଭାଗର ପାଠଚକ୍ର ।

ପଦ୍ମପୁର-ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଇତିହାସ ବିଭାଗର ଏକ ପାଠଚକ୍ର ଶୀର୍ଷକ “ନଙ୍କ ଦୁର୍ଭିକ୍ଷ ଓ ଟିରେଭେନ୍ସାଙ୍କ ଭୂମିକା” ଡଃ ବିରଞ୍ଚି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା ଭାବରେ ଇତିହାସ ବିଭାଗର ପୂର୍ବତନ ପ୍ରାଧ୍ୟାପକ ଗଜରାଜ ପାତ୍ର ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ କରିଥିଲେ।

ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ବୁନି ସାହୁ ସମସ୍ତଙ୍କୁ ସ୍ଵାଗତ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଡଃ ସାହୁ ପାଠଛକ୍ର ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ବିଭାଗର ଛାତ୍ରଛାତ୍ରୀ ନିଜର ନିବନ୍ଧ ଉପସ୍ଥାପନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।

ଅଧ୍ୟାପକ ବାଲଗୋପାଳ ମେହେର , ଅନନ୍ତ ମଲ୍ଲିକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ର ବାବୁଲ ପ୍ରଧାନ, ପୁରୁଷୋତ୍ତମ ସାହୁ, ଧରଣୀ ପ୍ରଧାନ, ଅକ୍ଷୟ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପୁରୁଷୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ ହୋଇଥିଲା।

error: Content is protected !!