Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟ ଅର୍ଥିନିତୀ ବିଭାଗର ପାଠଚକ୍ର ଅନୁଷ୍ଠିତ।

ଅଞ୍ଚଳ ମହାବିଦ୍ୟାଳୟ ଅର୍ଥିନିତୀ ବିଭାଗର ପାଠଚକ୍ର ଅନୁଷ୍ଠିତ।

ପଦ୍ମପୁର-ଅର୍ଥିନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ଡଃ ବିରଞ୍ଚି ସାହୁ ଙ୍କ ସଭାପତିତ୍ବରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ପାଠଚକ୍ର ର ଶୀର୍ଷକ ” ସମ୍ବଳ ବିନିଯୋଗ ଏବଂ ନିଯୁକ୍ତି ସୃଷ୍ଟି ରେ ସୂକ୍ଷ୍ମ ଅର୍ଥନୀତି ର ଭୂମିକା” । ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ତାଙ୍କର ନିବନ୍ଧ ଉପସ୍ଥାପନା କରି ତାଙ୍କର ସନ୍ଦର୍ଭ କୁ ବ୍ୟାଖ୍ୟା କରିଥିଲେ। ବିଭାଗୀୟ ମୁଖ୍ୟ ସମସ୍ତଙ୍କୁ ସ୍ଵାଗତ କରି ଶୀର୍ଷକ ପାଠଚକ୍ର କୁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଓ ଡଃ ମମତାମୟୀ ଗୁରୁ, ଲଲାଟେନ୍ଦୁ ପ୍ରଧାନ ନିଜର ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

ବିଭାଗର ଛାତ୍ରଛାତ୍ରୀ ପ୍ରିୟଙ୍କା, ନୀତୁ , ରୁକ୍ମଣୀ, ଅପର୍ଣା , ତନୁଷ୍ରୀ, ବୀଣାପାଣି, ସୁମ୍ୟଜିତା, ଦିପ୍ତିମୟୀ, ରୂପାଲି, ମିଳି, ଉତ୍ପଲା, ବନିତା, ଅରୁଣା, କଲ୍ୟାଣୀ, କଳ୍ପନା, ଅଭିଷେକ, ପ୍ରିତମ, ଉମେଶ, ରୋହିତ, ରୋହନ, ସାଇ ପ୍ରସାଦ, ସରୋଜ, ଅଙ୍କିତା, ଲିଜା, ପାମି ଏବଂ ସୁଜାତା ବାରିକ ପାଠଚକ୍ରରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପିକା ଡଃ ମମତାମୟୀ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!